21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶରାହୁଲଙ୍କ ବିରୋଧରେ ଜାମିନ ବିହୀନ ପରୱାନା

ରାହୁଲଙ୍କ ବିରୋଧରେ ଜାମିନ ବିହୀନ ପରୱାନା

ରାଞ୍ଚି: ଝାଡ଼ଖଣ୍ଡର ଚାଇଁବାସାସ୍ଥିତ ଏମପି/ଏମଏଲଏ ଅଦାଲତ ଶନିବାର ଏକ ମାନହାନି ମାମଲାରେ କଂ​ଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି କରିଛନ୍ତି। ଜୁନ ୨୬ରେ ହାଜର ହେବାକୁ ରାହୁଲଙ୍କୁ ନିର୍ଦେଶ ଦିଆଯାଇଛି। ୨୦୧୮ରେ ଏକ ଦଳୀୟ ସଭାରେ ଉଦ୍‌ବୋଧନ ଦେବା ଅବସରରେ ରାହୁଲ ତତ୍କାଳୀନ ବିଜେପି ସଭାପତି ଅମିତ ଶାହାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ରାହୁଲ କହିଥିଲେ ଯେ କୌଣସି ହତ୍ୟାକାରୀକୁ କଂଗ୍ରେସ ଏହାର ସଭାପତି କରିବ ନାହିଁ। ଏହା କେବଳ ବିଜେପିରେ ହିଁ ସମ୍ଭବ। ଏହାକୁ ନେଇ ୨୦୧୮ରେ ରାହୁଲଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking