25.1 C
Bhubaneswar
Sunday, December 21, 2025
Homeଖେଳଈଶାନ୍ କିଶନ୍‌ଙ୍କ ଅପରାଜିତ ୯୪ ରନ୍‌: ବେଙ୍ଗାଲୁରୁ ୪୨ ରନ୍‌ରେ ପରାଜିତ

ଈଶାନ୍ କିଶନ୍‌ଙ୍କ ଅପରାଜିତ ୯୪ ରନ୍‌: ବେଙ୍ଗାଲୁରୁ ୪୨ ରନ୍‌ରେ ପରାଜିତ

ଲକ୍ଷ୍ନୌ : ପୂର୍ବରୁ ପ୍ଲେଅଫ୍‌ରୁ ବାଦ୍ ପଡ଼ିଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏସ୍‌) ଶେଷ ଲିଗ୍ ମ୍ୟାଚ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ ୪୨ରନ୍‌ରେ ହରାଇ ଚଳିତ ଆଇପିଏଲ୍ ସିଜନ୍‌ରେ ଅଭିଯାନ ଶେଷ କରିଛି। ସ୍ଥାନୀୟ ଇକାନା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ହାଇଦ୍ରାବାଦ ଈଶାନ୍ କିଶନ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ୬ ୱିକେଟ୍ ହରାଇ ୨୩୧ ରନ୍ କରିଥିଲା। ଜବାବରେ ବେଙ୍ଗାଲୁରୁ ୧୯.୫ ଓଭର୍‌ରେ ୧୮୯ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି।

୨୩୨ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ବେଙ୍ଗାଲୁରୁ ବିରାଟ କୋହଲି ଓ ଫିଲ୍ ସଲ୍ଟ ପ୍ରଥମ ୱିକେଟ୍ ପାଇଁ ୮୦ ରନ୍ ଯୋଡ଼ିଥିଲେ। ବିରାଟ କୋହଲିଙ୍କୁ ଆଉଟ୍ କରି ହର୍ଷ ଦୁବେ ଏହି ଯୋଡ଼ିରେ ବ୍ରେକ୍ ଲଗାଇଥିଲେ। କୋହଲି ୭ ଚୌକା ଓ ଗୋଟିଏ ଛକା ସହାୟତାରେ ୨୫ ବଲ୍‌ରୁ ୪୩ ରନ୍ କରିଥିଲେ। କୋହଲିଙ୍କ ମଧ୍ୟରେ ମୟଙ୍କ ଅଗ୍ରୱାଲ୍ (୧୧) ଶସ୍ତାରେ ଆଉଟ୍ ହୋଇଥିଲେ। ଇତିମଧ୍ୟରେ ଅର୍ଦ୍ଧଶତକ ପୂରଣ କରିଥିବା ସଲ୍ଟ ୬୨ ରନ୍‌ର ବ୍ୟକ୍ତିଗତ ସ୍କୋର୍‌ରେ କମିନ୍ସଙ୍କ ଶିକାର ହୋଇଥିଲେ। ସଲ୍ଟ୍‌ଙ୍କ ୩୨ ବଲ୍‌ର ଇନିଂସ୍‌ରେ ୪ ଚୌକା ଓ ୫ ଛକା ସାମିଲ ଥିଲା। ଏହାପରେ ରଜତ ପାଟିଦାର ଏବଂ କାର୍ଯ୍ୟବାହକ କ୍ୟାପ୍‌ଟେନ୍ ଜିତେଶ ଶର୍ମା ୪୪ ରନ୍‌ର ପାର୍ଟନରଶିପ୍ କରିଥିବା ବେଳେ ୧୬ଶ ଓଭର୍‌ରେ ଟିମ୍‌କୁ ଡବଲ୍ ଝଟ୍‌କା ଲାଗିଥିଲା। ପାଟିଦାର ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ୍ ହୋଇଥିବା ବେଳେ ରୋମାରିଓ ଶେଫର୍ଡ ଖାତା ଖୋଲିବା ପୂର୍ବରୁ ପରବର୍ତ୍ତୀ ବଲ୍‌ରେ ଇଶାନ୍ ମାଲିଙ୍ଗାଙ୍କ ଦ୍ୱାରା କଟ୍ ଆଣ୍ଡ୍ ବୋଲ୍ଡ ହୋଇଥିଲେ। ପରବର୍ତ୍ତୀ ଓଭର୍‌ରେ ଜୟଦେବ ଉନାଦ୍‌କତ୍ ଅଭିନବ ମନୋହରଙ୍କ ହାତରେ ଜିତେଶ ଶର୍ମା (୨୪ ରନ୍‌)ଙ୍କୁ କ୍ୟାଚ୍ ଆଉଟ୍ କରାଇଥିଲେ। ଏହାପରେ ନିୟମିତ ବ୍ୟବଧାନରେ ଟିମ୍‌ର ୱିକେଟ୍ ପତନ ଘଟିଥିଲା। ହାଇଦ୍ରାବାଦ ପକ୍ଷରୁ ପ୍ୟାଟ୍ କମିନ୍ସ ସର୍ବାଧିକ ୩ଟି ଏବଂ ଈଶାନ୍ ମାଲିଙ୍ଗା ୨ଟି ୱିକେଟ୍ ଅକ୍ତିଆର କରିଥିଲେ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଅଭିଷେକ ଶର୍ମା ଓ ଟ୍ରାଭିସ୍ ହେଡ୍ ବିସ୍ଫୋରକ ଆରମ୍ଭ କରି ୫୪ ରନ୍‌ର ଓପ୍ନିଂ ପାର୍ଟନରଶିପ୍ କରିଥିଲେ। ଅଭିଷେକ ୩୪ ରନ୍ କରି ଲୁଙ୍କି ଏନ୍‌ଗିଡ଼ିଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ। ତାଙ୍କ ଇନିଂସ୍‌ରେ ୩ଟି ଲେଖାଏ ଛକା ଓ ଚୌକା ସାମିଲ ଥିଲା। ହେଡ୍ (୧୭)ଙ୍କୁ ଭୁବନେଶ୍ୱର କୁମାର ପ୍ୟାଭିଲିୟନ୍ ଫେରାଇଥିଲେ। ଦୁହିଁଙ୍କ ଆଉଟ୍ ପରେ ହେନ୍‌ରିକ୍ କ୍ଲାସେନ୍ ଓ ଈଶାନ୍ କିଶନ୍ ଇନିଂସ୍ ଆଗକୁ ବଢ଼ାଇ ୪୮ ରନ୍ ଯୋଡ଼ିଥିଲେ। କ୍ଲାସେନ୍‌ଙ୍କୁ ଆଉଟ୍ କରି ସ୍ପିନର୍ ସୁୟଶ୍ ଶର୍ମା ଏହି ଯୋଡ଼ିରେ ବ୍ରେକ୍ ଲଗାଇଥିଲେ। କ୍ଲାସେନ୍ ଦୁଇଟି ଲେଖାଏ ଛକା ଓ ଚୌକା ବଳରେ ୧୨ ବଲ୍‌ରୁ ୪ ରନ୍ କରିଥିଲେ। ଏହାପରେ ଅନିକେତ ବର୍ମାଙ୍କ ସହିତ କିଶନ୍ ଚତୁର୍ଥ ୱିକେଟ୍ ପାଇଁ ୪୩ ରନ୍ ଯୋଡ଼ିଥିଲେ। ଅନିକେତ୍ ତିନି ଛକା ଓ ଗୋଟିଏ ଛକା ସହାୟତାରେ ୯ ବଲ୍‌ରୁ ୨୬ ରନ୍ କରି କୃଣାଳ ପାଣ୍ଡ୍ୟାଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଏହାର କିଛି ସମୟ ପରେ ଈଶାନ୍ କିଶନ୍ ୨୮ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ନୀତୀଶ ରେଡ୍ଡୀ ୪ ଓ ଅଭିନବ ମନୋହର ୧୨ରନ୍ କରି ରୋମାରିଓ ଶେଫର୍ଡଙ୍କ ଶିକାର ହେବାପରେ କିଶନ୍ ଓ କ୍ୟାପ୍‌ଟେନ୍ ପ୍ୟାଟ୍ କମିନ୍ସ (୧୭³) ଅବିଭାଜିତ ସପ୍ତମ ୱିକେଟ୍ ପାଇଁ ୪୩ ରନ୍‌ର ପାର୍ଟନରଶିପ୍ କରି ଟିମ୍‌କୁ ବଡ଼ ସ୍କୋର୍‌ରେ ପହଞ୍ଚାଇଥିଲେ। ଈଶାନ୍ କିଶନ୍ ୪୮ ବଲ୍‌ରେ ୭ ଚୌକା ଓ ୫ ଛକା ସହାୟତାରେ ୯୪ ରନ୍ ପରି ଅପରାଜିତ ଫେରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking