18.1 C
Bhubaneswar
Saturday, December 6, 2025
Homeଓଡିଶାବୌଦ୍ଧର ସରସରା ଗ୍ରାମରେ ସିନ୍ଦୁର ଶୋଭାଯାତ୍ରାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ବୌଦ୍ଧର ସରସରା ଗ୍ରାମରେ ସିନ୍ଦୁର ଶୋଭାଯାତ୍ରାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ହଜାର ହଜାର ମହିଳା ତ୍ରିରଙ୍ଗା ପତାକା ଧରି କଲେ ପଂଚାୟତ ପରିକ୍ରମା
ସିନ୍ଦୁର ଶୋଭାଯାତ୍ରା ଆତଙ୍କବାଦ ବିରୋଧରେ ସରକାରଙ୍କର ଶୂନ୍ୟ ସହନଶୀଳତା ନୀତିର ସଫଳତା
ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ଶକ୍ତିଙ୍କୁ ଦଣ୍ଡ ଦେବା ପାକିସ୍ତାନ ପାଇଁ ଥିଲା ଅକଳ୍ପନୀୟ, ଅବିଶ୍ଵସନୀୟ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅପରେସନ ସିନ୍ଦୁରରେ ଆମ ସେନା ବାହିନୀର ପରାକ୍ରମ ଓ ଶୌର୍ଯ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି । ଆଜି କେବଳ ବୌଦ୍ଧ ନୁହେଁ ଭୁବନେଶ୍ୱର ନୁହେଁ, ଓଡ଼ିଶାର ପ୍ରତ୍ୟେକ ଗାଁ ରେ ଏହି ଅସୀମ ପରାକ୍ରମର ସିନ୍ଦୁର ଶୋଭାଯାତ୍ରା ହେଉଛି ଏବଂ ଏହା ଆତଙ୍କବାଦ ବିରୋଧରେ ସରକାରଙ୍କର ଶୂନ୍ୟ ସହନଶୀଳତା ନୀତିକୁ ଦର୍ଶାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବୌଦ୍ଧ ଜିଲ୍ଲାର ସରସରା ଗ୍ରାମ ଠାରେ ଆୟୋଜିତ ସିନ୍ଦୁର ଶୋଭାଯାତ୍ରାରେ କହିଥିଲେ।

ସୂଚନା ଯୋଗ୍ୟ ଯେ, ଏହି ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟକ ମହିଳା ଯୋଗ ଦେଇ ହାତରେ ତ୍ରିରଙ୍ଗା ପତାକା ଧରି ଜୟ ହିନ୍ଦ, ଭାରତ ମାତା କି ଜୟ ଧ୍ୱନୀରେ ଚାଲି ଚାଲି ଏହି ଯାତ୍ରା ସମ୍ପୂର୍ଣ୍ଣ କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ଯ ଏହି ଯାତ୍ରାରେ ସାମିଲ ହୋଇ ଗ୍ରାମ ପରିକ୍ରମା କରିଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ସମେତ, ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ, ବିଧାୟକ, ବୌଦ୍ଧ ତଥା ସରକାରୀ ଦଳ ମୁଖ୍ୟ ସଚେତକ, ଶ୍ରୀ ସରୋଜ କୁମାର ପ୍ରଧାନ, ବିଧାୟକ, କଣ୍ଟାମାଳ, ଶ୍ରୀ କହ୍ନାଇ ଚରଣ ଡାଙ୍ଗ ମଧ୍ଯ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ।

ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଅପରେସନ ସିନ୍ଦୁର ଅନେକ ପ୍ରକାରେ ଅତ୍ୟନ୍ତ ମହତ୍ବପୂର୍ଣ୍ଣ। ପ୍ରଥମେ, ୧୯୭୧ ପରେ ପାକିସ୍ତାନର ସୀମା ଭିତରେ ଏମିତି ପ୍ରଚଣ୍ଡ ଆକ୍ରମଣ କେବେ ହୋଇନଥିଲା। ପେହେଲଗାମ ଠାରୁ ବି ଅଧିକ ଭୟଙ୍କର ନରସଂହାର ମୁମ୍ବାଇରେ ହୋଇଥିଲା। କିନ୍ତୁ, ସୀମାପାର ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ଶକ୍ତିଙ୍କୁ ତାଙ୍କ ମାଟିରେ ଦଣ୍ଡ ଦେବା ପାକିସ୍ତାନ ପାଇଁ ଥିଲା ଅକଳ୍ପନୀୟ, ଅବିଶ୍ଵସନୀୟ। ମାନନୀୟ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କହିଛନ୍ତି ଯେ ଭାରତରେ ଯେ କୌଣସି ଆତଙ୍କବଦୀ ଆକ୍ରମଣକୁ ଦେଶ ବିରୁଦ୍ଧରେ ଯୁଦ୍ଧ ପରି ଧରାଯିବ।

ଆମ ସେନା ଆଗରୁ ବି ସମର୍ଥ ଥିଲା, କିନ୍ତୁ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଅନେକ ଭାରତୀୟଙ୍କୁ ସେମାନଙ୍କ ଜୀବନ ଦେଇ ମୂଲ୍ୟ ଦେବାକୁ ପଡିଥିଲା। କିନ୍ତୁ, ବାସ୍, ଆଉ ନୁହେଁ। ଭାରତ ନିଜେ ସମର୍ଥ ଏପରି ଆତଙ୍କବାଦୀଙ୍କୁ ଖୋଜି ନିପାତ କରିବା ପାଇଁ। ଆଜି ଆମେ ସମସ୍ତେ ଗର୍ବର ସହିତ କହି ପାରିବା ଯେ ଦେଶ ସୁରକ୍ଷିତ ହାତରେ ଅଛି, କାରଣ ଦେଶର ସୁରକ୍ଷା ମାନନୀୟ ମୋଦୀ ଜୀଙ୍କ ହାତରେ ଅଛି ବୋଲି ସେ କହିଥିଲେ।

ସେ ଶେଷରେ କହିଥିଲେଯେ, ଆଜି ଆପଣମାନଙ୍କ ଗହଣରେ ଏଭଳି ଏକ ବିରତ୍ୱଗାଥାର ଶୋଭାଯାତ୍ରାରେ ଯୋଗ ଦେଇ ମୁଁ ଆହ୍ୱାନ କରୁଛି, ଆମକୁ ସୁରକ୍ଷା ପ୍ରଦାନ କରୁଥିବା ବୀରଯବାନମାନଙ୍କ ସମ୍ମାନାର୍ଥେ ପ୍ରତ୍ୟେକ ନାଗରିକ ନିଜକୁ ଏହି ତ୍ରିରଙ୍ଗା ଯାତ୍ରାରେ ସାମିଲ କରନ୍ତୁ। ଦେଶର ସୁରକ୍ଷା ସହିତ ବିକାଶ ହିଁ ମୋଦି ଜୀଙ୍କ ମନ୍ତ୍ର। ଆଜି ଆମଦେଶ ବିଶ୍ଵର ସବୁଠାରୁ ଅଧିକ ହାରରେ ବୃଦ୍ଧିହେଉଥିବା ଅର୍ଥନୀତି। ଅପରେସନର ସଫଳତା ଆମ ଦେଶର ସୁରକ୍ଷା ବଳକୁ ବିଶ୍ଵର ଏକ ଅଗ୍ରଣୀ Military Force ଭାବେ ପ୍ରତିପାଦନ କରିଛି, ଆମେ ସମସ୍ତେ ଏଥିପାଇଁ ଗର୍ବିତ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking