16.1 C
Bhubaneswar
Sunday, December 21, 2025
Homeଅପରାଧକଥା ନ ହେବାରୁ ଛାତ୍ରୀଙ୍କୁ ଛୁରୀ ଭୁସି ହତ୍ୟା ସହପାଠୀ

କଥା ନ ହେବାରୁ ଛାତ୍ରୀଙ୍କୁ ଛୁରୀ ଭୁସି ହତ୍ୟା ସହପାଠୀ

ଭୋପାଳ: ପ୍ରତ୍ୟେକ ଦିନ କିଛି ନା କିଛି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସୁଛି। ଠିକ୍ ଯେମିତି ଏବେକାର ଚର୍ଚ୍ଚିତ ଘଟଣା। ଦେଖୁନାହାନ୍ତି ସାମାନ୍ୟ କଥା ବାର୍ତ୍ତା ବନ୍ଦ କରିବାରୁ, ଅର୍ଥାତ୍ କଥା ନ ହେବାରୁ ଜଣେ ନାବାଳିକାକୁ ତାର ସହପାଠୀ ହତ୍ୟା କରିଛି। ଯାହାକି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣା ଘଟିଛି ମଧ୍ୟପ୍ରଦେଶର ଧାର ଜିଲ୍ଲାରେ। ୧୭ ବର୍ଷୀୟ ନାବାଳିକାକୁ ହତ୍ୟା କରି ପାଖ ବିଲରେ ଫୋପାଡି ଦେଇଛି ସହପାଠୀ। ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିଲେ ୨ ଛାତ୍ରୀ। ଜଣଙ୍କ ସାଙ୍ଗରେ ଆଉ ଜଣେ କଥା ନ ହେବାରୁ ଘଟିଗଲା ହତ୍ୟାକାଣ୍ଡ। କଥା ବାର୍ତ୍ତା ବନ୍ଦ କରିଦେବାରୁ ଉତ୍ୟକ୍ତ ହୋଇ ୧୭ ବର୍ଷୀୟ ନାବାଳିକା ଛାତ୍ରୀଙ୍କୁ ହତ୍ୟା କରି ଫୋପାଡ଼ି ଦେଲା ସହପାଠୀ ସାଙ୍ଗ। ଶନିବାର ଦିନ ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୭୦ କିଲୋମିଟର ଦୂର ଉମରବାଣ ପୋଲିସ ପୋଷ୍ଟ ଅଧୀନରେ ଥିବା ଏକ କୃଷି କ୍ଷେତରେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ମିଳିଥିଲା। ଅତିରିକ୍ତ ପୋଲିସ ଅଧୀକ୍ଷକ ଗୀତେଶ ଗର୍ଗ କହିଛନ୍ତି ଯେ ହତ୍ୟା ବିଷୟରେ ଜାଣିବା ପରେ ସେମାନେ ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସର କହିବା କଥା ଅଭିଯୁକ୍ତ ସାଙ୍ଗ ଜଣକ କହିଛନ୍ତି ଯେ, ସେ ହତ୍ୟା କରିଥିବା ତାଙ୍କ ସହପାଠୀ ସାଙ୍ଗ ଜଣକ ତାଙ୍କୁ ହଇରାଣ କରୁଥିଲେ। ପଚରାଉଚରା ସମୟରେ, ଅଭିଯୁକ୍ତ ହତ୍ୟା କରିଥିବା ସ୍ୱୀକାର କରିଛି। ସେ ପୋଲିସକୁ କହିଛି ଯେ ସେ ତାଙ୍କ ସହ କଥାବାର୍ତ୍ତା ବନ୍ଦ କରିବା ପରେ ସେ ବିରକ୍ତ ହୋଇଯାଇଥିଲେ। ଅଭିଯୁକ୍ତ ଜଣକ ଶୁକ୍ରବାର ରାତିରେ ଏକ କୃଷି କ୍ଷେତରେ ଝିଅଟିକୁ ଭେଟିବାକୁ କହିଥିଲେ, ଯେଉଁଠାରେ ସେ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking