35.1 C
Bhubaneswar
Monday, May 18, 2026
Homeଓଡିଶାବିଧାୟକ ନାମରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟ ବିଶ୍ବରଂଜନ ମଲ୍ଲିକ

ବିଧାୟକ ନାମରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟ ବିଶ୍ବରଂଜନ ମଲ୍ଲିକ

ଯାଜପୁର: ଯାଜପୁର ଜିଲ୍ଲା ର ବରି ନିର୍ବାଚନ ମଣ୍ଡଳୀ ର ବିଧାୟକ ନାମ ରେ ବରି ବ୍ଲକର କ୍ଲର୍କ ତାଙ୍କୁ ମାଡ ମାରିବା  ବାବଦରେ ଗାଳି ଗୁଲଜ କରି ଥିବା ନେଇ ବରି ଥାନା ରେ ଅଭିଯୋଗ ହୋଇଛି ତାହା କୁ ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଖଣ୍ଡନ କରିଛନ୍ତି ।  ଯାଜପୁରଜିଲ୍ଲାର ବରୀ  ବ୍ଲକ କାଯ୍ୟଳୟରେ ଗତମାସ ୨୮ ତାରିଖରେ ଜଣେ ସରକାରୀ କର୍ମଚାରୀଙ୍କୁ ବରୀ ବିଧାୟକ  ମାଡ଼ ଘଟଣାକୁ ଖଣ୍ଡନ କରିବା ସହ ସାମ୍ବାଦିକ ସମିଳନୀ କରି ମୁହଁ ଖୋଲିଛନ୍ତି। ବରୀ ବ୍ଲକରେ ସରକାରୀ କାଯ୍ୟରେ ମନ୍ଥରତା ଯୋଗୁ ବରୀ ବ୍ଲକ ଉପାଧ୍ୟକ୍ଷା ବ୍ଲକ କାଯ୍ୟଳୟରେ ଦୁଇ ଜଣ  କର୍ମଚାରୀଙ୍କୁ ପଚାରିବାରୁ ସେ ଉପାଧ୍ୟାକ୍ଷାଙ୍କୁ ଖରାପ ବ୍ୟବହାର କରିଥିଲେ। ପରେ  ବିଧାୟକ ଉକ୍ତ କର୍ମଚାରୀଙ୍କୁ ଡାକି ବୁଝାଇ ଥିଲେ। କିନ୍ତୁ ମିଥ୍ୟା ଭାବେ ବିଧାୟକ ନାଁ ରେ ଅଭିଯୋଗ ହୋଇଥିବା ବେଳେ ସେ ଏଥିରେ ଭୟଭୀତ ନୁହଁ। ବରୀ ର ବିକାଶ ପାଇଁ  ସବୁ ଅଭିଯୋଗ କୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି।  ଆଗାମୀ ଦିନରେ ବରୀ ବିକାଶ ପାଇଁ  ଆନ୍ଦୋଳନ  ଜାରି ରହିବ। ବରୀ ବ୍ଲକ ରେ ସାଧାରଣ ଜନତା ଅସହାୟ ହୋଇଥିବା ବେଳେ ସେମାନଙ୍କ ପାଇଁ ମୁ ଶତ ପ୍ରସ୍ତୁତ ଅଛି। ଜଣେ ସରକାରୀ କର୍ମଚାରୀଙ୍କୁ ରାଜ ନୈତିକ ଅଭିସନ୍ଧି ରଖି ତାଙ୍କୁ ବଦନାମ କରିବା ପାଇଁ ତାଙ୍କ ବିରୁଦ୍ଧ ରେ ଅଭିଯୋଗ ହୋଇଛି l ସେ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ସେ ସଂମ୍ମା କରିବା ପାଇଁ ପ୍ରସ୍ତୁତ ଅଛନ୍ତି l କର୍ମ ଚାରି ଙ୍କୁ ଭୁଲ ବାଟ ରେ ନେଇ ବରୀକୁ ବଦନାମ କରାଯାଉଛି ବୋଲି  ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ କହିଛନ୍ତି। ସେ ଜନ ସାଧାରଣ ସମସ୍ୟା ବ୍ଲକ ରେ ହେଉଥିବା ଦୁର୍ନୀତି ଓ ନିର୍ବାଚନ ମଣ୍ଡଳୀ ର ବିକାଶ କୁ ନେଇ ଆଗାମୀ ଦିନରେ ଜନ ସାଧାରଣ ଙ୍କୁ ନେଇ ଅlନ୍ଧୋଳନ କରିବେ ବୋଲି ବିଧାୟକ ମଲ୍ଲିକ ଗଣ ମାଧ୍ୟମ କୁ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking