17.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଚୀନ୍‌ର ବିଭ୍ରାନ୍ତିକର ଦାବି; କୋଭିଡ୍‌-୧୯ ଆମେରିକାରୁ ଆରମ୍ଭ ହୋଇଥିଲା

ଚୀନ୍‌ର ବିଭ୍ରାନ୍ତିକର ଦାବି; କୋଭିଡ୍‌-୧୯ ଆମେରିକାରୁ ଆରମ୍ଭ ହୋଇଥିଲା

ବେଜିଂ: ବୋଧହୁଏ ବିଶ୍ୱର ଏପରି କୌଣସି ଦେଶ ଥିବ, ଯାହାକି ଚୀନ୍‌ରୁ ହିଁ କୋଭିଡ-୧୯ (କରୋନା ଭୂତାଣୁ)ର ଉତ୍ପତ୍ତି ତଥା ସମ୍ପ୍ରସାରଣ ହୋଇଥିବା କଥାକୁ ବିଶ୍ୱାସ କରୁନଥିବ। ଆମେରିକାର ବିଶେଷଜ୍ଞ ଦଳ ଯେତେବେଳେ ଚୀନ୍‌ର ଊହାନ୍ ପ୍ରଦେଶ ସ୍ଥିତ ସରକାରୀ ଭୂତାଣୁ ଲାବୋରୋଟୋରୀ ପରିଦର୍ଶନ କରିଥିଲେ ଏବଂ ସେଠାରେ ଯାଞ୍ଚ୍ କରିଥିଲେ ଏହାର ପ୍ରମାଣ ମଧ୍ୟ ମିଳିଥିଲା। ସେହିପରି ଚୀନ୍‌ର ଜଣେ ସରକାରୀ ବିଶେଷଜ୍ଞ ମଧ୍ୟ ଏହାକୁ ଖୁଲମ୍‌ଖୁଲ୍ଲା ସ୍ୱୀକାର କରିଥିଲେ। ଅବଶ୍ୟ ପରବର୍ତ୍ତୀ ସମୟରେ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମୋଟାମୋଟି ଭାବେ କହିବାକୁ ଗଲେ ଚୀନ୍‌ରୁ ହିଁ କରୋନା ଭୂତାଣୁର ଉତ୍ପତ୍ତି ହୋଇଛି ଏହା ସମସ୍ତେ ବେଶ୍ ଭଲଭାବେ ଜାଣିଛନ୍ତି। କିନ୍ତୁ ଚୀନ୍ ଏବେ ଏହାକୁ ନେଇ ଏକ ବଡ଼ ଖେଳ ଖେଳିବା ଆରମ୍ଭ କରିଦେଇଛି। ଚୀନ୍ ଦାବି କରି କହିଛି ଯେ, କୋଭିଡ୍‌-୧୯ ଉହାନ୍‌ରୁ ନୁହେଁ ବରଂ ଆମେରିକାରୁ ଆରମ୍ଭ ହୋଇଥିଲା। ଚୀନ୍ ରାଜ୍ୟ ପରିଷଦ ତଥ୍ୟ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ ଏକ ଶ୍ୱେତପତ୍ରରେ ଏହା ଦାବି କରାଯାଇଛି। ଏହି ଶ୍ୱେତପତ୍ରର ଶୀର୍ଷକ ହେଉଛି ‘କୋଭିଡ୍‌-୧୯ ପ୍ରତିରୋଧ, ନିୟନ୍ତ୍ରଣ ଏବଂ ଉତ୍ପତ୍ତି ଅନୁସନ୍ଧାନ: ଚୀନ୍‌ର କାର୍ଯ୍ୟ ଏବଂ ଅବସ୍ଥାନ’।

ଅନ୍ୟପକ୍ଷେ ଚୀନ୍‌ର ଏହି ଦାବି ସେତେବେଳେ ଆସିଛି ଯେତେବେଳେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, କୋଭିଡ୍‌-୧୯କୁ ଚୀନ୍‌ର ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ ଲିକ୍ ହୋଇଥିବା ଏକ ଭୁଲ୍ ବୋଲି କହିଛନ୍ତି। ଏପ୍ରିଲ ୧୮, ୨୦୨୫ରେ ଆମେରିକୀୟ ହ୍ୱାଇଟ୍ ହାଉସ୍ ଏକ ନୂଆ ୱେବ୍‌ସାଇଟ୍ ଲଞ୍ଚ କରିଥିଲା, ଯେଉଁଥିରେ କୋଭିଡ୍‌-୧୯ ଏକ ଲ୍ୟାବ ଲିକ୍ ମାଧ୍ୟମରେ ଆରମ୍ଭ ହୋଇଥିବା ଦାବି କରାଯାଇଥିଲା। ଏହାର ଜବାବରେ ଚୀନ୍ ଏହି ଶ୍ୱେତପତ୍ର ଜାରି ପୂର୍ବକ କହିଛି ଯେ, ‘କୋଭିଡ୍‌-୧୯ ଆମେରିକାରେ ତା’ର ଆନୁଷ୍ଠାନିକ ସମୟର ବହୁ ପୂର୍ବରୁ ଏବଂ ଚୀନ୍‌ରେ ମହାମାରୀ ଆରମ୍ଭ ହେବା ପୂର୍ବରୁ ଉଭା ହୋଇଥିବା ପ୍ରସଙ୍ଗକୁ ପ୍ରମାଣିତ କରୁଛି।’ ଏତଦ୍‌ବ୍ୟତୀତ ଚୀନ୍ ନିଜ ଶ୍ୱେତପତ୍ରରେ ଆମେରିକା ଉପରେ ମହାମାରୀ ପରିଚାଳନାରେ ବିଫଳତା ଏବଂ ଦାୟିତ୍ୱ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ମଧ୍ୟ କରିଛି। ଚୀନ୍ ଦାବି କରିଛି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂସ୍ଥାଙ୍କ ସହ ସମୟୋପ ଯୋଗୀ ଭାବେ ଚୀନ୍ ସରକାର ତଥ୍ୟ ସେୟାର କରିଛନ୍ତି। କେବଳ ସେତିକି ନୁହେଁ ଚୀନ୍ ପକ୍ଷରୁ ଜାରି ଏହି ଶ୍ୱେତପତ୍ରରେ ଆମେରିକୀୟ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ (ସିଡିସି) ଗବେଷଣାକୁ ମଧ୍ୟ ଉଦ୍ଧୃତ କରାଯାଇଛି। ଏଥିରେ ଡିସେମ୍ବର ୨୦୧୯ ଏବଂ ଜାନୁଆରୀ ୨୦୨୦ ମଧ୍ୟରେ ଆମେରିକାର ୯ଟି ରାଜ୍ୟରୁ ସଂଗୃହୀତ ୭,୩୮୯ଟି ରକ୍ତ ନମୁନାରୁ ୧୦୬ଟିରେ ସାର୍କ-କୋଭ-୨ ଆଣ୍ଟିବଡି ମିଳିଥିଲା। ଏହା ଚୀନ୍ ପୂର୍ବରୁ ଆମେରିକାରେ ଏହି ଭୂତାଣୁର ଉପସ୍ଥିତିକୁ ସ୍ପଷ୍ଟ କରୁଛି ବୋଲି ଚୀନ୍ ଦର୍ଶାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking