26.1 C
Bhubaneswar
Thursday, December 18, 2025
Homeଓଡିଶାପଞ୍ଚାୟତ ବ୍ୟବସ୍ଥାକୁ ଅମଲାତନ୍ତ୍ର କବଳରୁ ମୁକ୍ତ କରିବା ଜରୁରୀ

ପଞ୍ଚାୟତ ବ୍ୟବସ୍ଥାକୁ ଅମଲାତନ୍ତ୍ର କବଳରୁ ମୁକ୍ତ କରିବା ଜରୁରୀ

ଭୁବନେଶ୍ୱର: ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ପକ୍ଷରୁ ଆଜି ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିରରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇ ଯାଇଛି l ସଭାର ପ୍ରମ୍ଭରେ କାଶ୍ମୀର ର ପହେଲଗାଁ ଠାରେ ଆତଙ୍କବାଦୀ ମାନଙ୍କ ଗୁଳିରେ ନିହତ ନିରୀହ ପର୍ଯ୍ୟଟକ ଓ ବିଶେଷକରି ଓଡ଼ିଶାର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁକୁ ନେଇ ଏକ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା ଓ ଏକ ମିନିଟ ନିରବତା ପାଳନ କରାଯାଇଥିଲା l ଏହି ସମାରୋହକୁ ଓଡ଼ିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅମିୟ ଭୂଷଣ ତ୍ରିପାଠୀ ଉଦ୍ଘାଟନ କରିଥିଲେ l ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତିନିଧି ମାନଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ମହାସଂଘର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ l ଏହି ଅବସରରେ ଦୁଇଟି ପ୍ରସଙ୍ଗକୁ ନେଇ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା l “ଗାନ୍ଧିଜୀ ଙ୍କ ଗ୍ରାମ ସ୍ବରାଜ ଓ ପଞ୍ଚାୟତିରାଜ” ବିଷୟ ବସ୍ତୁ ଉପରେ ମୁଖ୍ୟ ଆଲୋଚକ ଭାବରେ ଯୋଗ ଦେଇ ବିଶିଷ୍ଟ ଲେଖକ ଶ୍ରୀ ଦାଶ ବେନହୁର କହିଲେ ଯେ ପଞ୍ଚାୟତ ବ୍ୟବସ୍ଥା ଭାରତୀୟ ସାମାଜିକ ଓ ରାଜନୈତିକ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହି ଆସିଛି l ଗାନ୍ଧିଜୀ ଙ୍କ ଗ୍ରାମ ସ୍ବରାଜ ତାକୁ ଏକ ଦିଶା ଦେଖାଇଥିବା ବେଳେ ରାଜୀବ ଗାନ୍ଧୀ ତାକୁ ଅଧିକ ବ୍ୟବସ୍ଥିତ କରିଥିଲେ l ସମ୍ବିଧାନ ର ୭୩ ତମ ସଂଶୋଧନ ଆଇନ ଥିଲା ଦେଶରେ କ୍ଷମତା ବିକେନ୍ଦ୍ରୀକରଣ ର ଏକ ବୈପ୍ଲବିକ ପଦକ୍ଷେପ l ମାତ୍ର ତାହା ଆଜି ଅମଲାତନ୍ତ୍ରର କବଳରେ କବଳିତ l ସେଥିରୁ ପଞ୍ଚାୟତ ବ୍ୟବସ୍ଥାକୁ ମୁକ୍ତ ନକଲେ ଗାଁର ବିକାଶ ସମ୍ଭବ ନୁହଁ l ଅନ୍ୟତମ ବକ୍ତା ଭାବରେ ଯୋଗ ଦେଇ ଓଡ଼ିଶାର ପୂର୍ବତନ ନିର୍ବାଚନ କମିଶନର ଶ୍ରୀ ସଞ୍ଜୀବ ହୋତା କହିଲେ ଯେ ଗ୍ରାମ ସଭା ଓ ପଲ୍ଲୀ ସଭାକୁ ସମ୍ବିଧାନ ଯେଉଁ ଆଧିକର ଦେଇଛି ତାକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟାପକ ଜନ ଅନଦୋଳନ ର ଆବଶ୍ୟକତା ରହିଛି l

ଡ଼କ୍ଟର ଅରବିନ୍ଦ ବେହେରା ୭୪ ତମ ସମ୍ବିଧାନ ସଂଶୋଧନ ଆଇନ ପ୍ରଣୟନ ସମୟରେ ରାଜୀବ ଗାନ୍ଧୀ ଙ୍କ ସହିତ ତାଙ୍କର ଆଳାପ ଆଲୋଚନା କୁ ସ୍ମୃତି ଚାରଣ କରିବା ସହିତ ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବ ଦେଇଥିଲେ l ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରସାଦ ହରିଚନ୍ଦନ, ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ର ସର୍ବ ଭାରତୀୟ ସାଧାରଣ ସମ୍ପାଦକ ଶ୍ରୀ କୁନାଲ ବାନାର୍ଜୀ, ବିଶିଷ୍ଟ ନାରୀନେତ୍ରୀ ସସ୍ମିତା ବେହେରା ପ୍ରମୁଖ ଏହି ଅଧିବେଶନରେ ବକ୍ତବ୍ୟ ରଖିଥିଲେ l ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ ଏହି ଅଧିବେଶନ ରେ ସଭାପତିତ୍ବ କରିଥିଲେ l “ପଞ୍ଚାୟତିରାଜ ବନାମ ବାବୁରlଜ” ଶୀର୍ଷକ ବିଷୟ ବସ୍ତୁ ଉପରେ ଅନୁଷ୍ଠିତ ଆଲୋଚନା ରେ ପୂର୍ବତନ ବିଧାୟକ ଶ୍ରୀ ଉମାବଲ୍ଲଭ ରଥ ଅଧ୍ୟକ୍ଷତା କରିଥିଲେ l ଏଥିରେ ମୁଖ୍ୟ ଆଲୋଚକ ଭାବରେ ରମାଦେବୀ ବିଶ୍ଵ ବିଦ୍ୟାଳୟର ରାଜନୀତି ବିଜ୍ଞାନ ର ପ୍ରଫେସର ଡ ମାନସ ବେହେରା ଯୋଗ ଦେଇ ରଜ୍ୟଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ରାଜ୍ୟର ସ୍ୱାୟତ୍ତ ଶାସନ ବ୍ୟବସ୍ଥା କିପରି ଅମଲାତନ୍ତ୍ରର କବଳିତ ହୋଇଛି ତାର ଅବତାରଣା କରିଥିଲେ ଏବଂ ଏଥିରୁ ମୁକ୍ତ ନହେଲେ ବାସ୍ତବ ବିକାଶ ସମ୍ଭବ ହେବ ନାହିଁ ବୋଲି ସତର୍କ କରାଇଥିଲେ l ଏହି ଅଧିବେଶନରେ ସମିତି ସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ସୁନିଲ ପଣ୍ଡା, ପଞ୍ଚାୟତ ବ୍ୟବସ୍ଥାର ଗବେଷକ ସନ୍ଦୀପ ପଟ୍ଟନାୟକ, ସାମାଜିକ କର୍ମୀ ପ୍ରଦୀପ ସାହୁ, ଜବା ଟୁଡୁ, ସରପଞ୍ଚ ମହାସଂଘ ତରଫରୁ ଶ୍ରୀ ବିଦୁଦ୍ୟୋତୀ ମହାନ୍ତି, ପୂର୍ବତନ ବିଧାୟକ ନିମାଇଁ ସରକାର ପ୍ରମୁଖ ବକ୍ତବ୍ୟ ଦେଇଥିଲେ l

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦେଶ କଂଗ୍ରେସ କମିଟି ର ସଭାପତି ପଞ୍ଚାୟତିରାଜ ବ୍ୟବସ୍ଥାର ସୁଧାର ପାଇଁ ଏକ ବ୍ୟାପକ ପ୍ରୟାସ ଆବଶ୍ୟକ ବୋଲି କହିବା ସହିତ ରାଜ୍ୟର ସମସ୍ତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଏକ ମହାସମାବେଶ ପାଇଁ ଆହ୍ବାନ ଦେଇଥିଲେ l ଏହି ଅଧିବେଶନରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ର ପୂର୍ବତନ କୁଳପତି ଡ ବିନାୟକ ରଥ ଅତିଥି ଭାବରେ ଯୋଗ ଦେଇଥିଲେ l ସର୍ବସମ୍ମତି କ୍ରମେ ରାଜ୍ୟର ପଞ୍ଚାୟତ ବ୍ୟବସ୍ଥାର ସୁଧାର ଆଣିବା, ଅମଲାତନ୍ତ୍ର କବଳରୁ ପଞ୍ଚାୟତ ବ୍ୟବସ୍ଥାକୁ ମୁକ୍ତ କରିବା ଓ ପଞ୍ଚାୟତ ପ୍ରତିନିଧି ମାନଙ୍କ ଅଧିକାରକୁ ଶବ୍ୟସ୍ଥ କରିବା ପାଇଁ ମେ ୧୧ ତାରିଖରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜନ କରିବା ସହିତ ଆସନ୍ତା ଜୁନ ମାସରେ ରେ ଏକ ପଞ୍ଚାୟତ ପ୍ରତିନିଧି ସମାବେଶ କରିବା ପାଇଁ ଆହ୍ବାନ ଦିଆ ଯାଇଛି l ଅଧିବେଶନ ଶେଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ଥାନୀୟ ଜନ ପ୍ରତିନିଧି ଯଥା ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, କାଉନସିଲର ଇତ୍ୟାଦି ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା l ଏହି କାର୍ଯ୍ୟକ୍ରମକୁ ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ର ସାଧାରଣ ସମ୍ପାଦକ ଶ୍ରୀ ବିଜୟ ପ୍ରଧାନ, ରୂପକ ତିରୁକ୍, ନିରଞ୍ଜନ ଲେଙ୍କା, ପ୍ରତାପ ପ୍ରଧାନ, ମନୋଜ ସାହୁ, ଡ ମନୀଷା ଦାସ ପଟ୍ଟନାୟକ, ନିରୁପମା ପାତ୍ର, ସରୋଜ ବଳ, ପ୍ରଦ୍ୟୁମ୍ନ ଦାସ, ସୁବାସ ପ୍ରଧାନ, ଅକ୍ଷୟ ଜେନା ପ୍ରମୁଖ ପରିଚାଳନା କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking