19.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶପହଲଗାମ ହମଲା: ୨୭ ମୃତକଙ୍କ ତାଲିକା  

ପହଲଗାମ ହମଲା: ୨୭ ମୃତକଙ୍କ ତାଲିକା  

ନୂଆଦିଲ୍ଲୀ :ଜମ୍ମୁ- କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଏହି ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କବାଦୀଙ୍କ ସ୍କେଚ ଜାରି ହୋଇଛି । ସ୍କେଚ ସହ ସେମାନଙ୍କ ନାଁ ମଧ୍ୟ ସାମନାକୁ ଆସିଛି । ୩ ଆତଙ୍କବାଦୀଙ୍କ ନାଁ ହେଲା ଅସିଫ୍ ଫୌଜି, ଅବୁ ତଲ୍ଲା, ସୁଲେମାନ ସା’ର । ପୀଡିତଙ୍କ ସହ କଥା ହୋଇ ଏହି ସ୍କେଚ୍ ଗୁଡ଼ିକ ପ୍ରସ୍ତୁତ କରାଯାଇଛି ।

ମଙ୍ଗଳବାର ଅପରାହ୍ନରେ ପହଲଗାମରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ଆତଙ୍କବାଦୀମାନେ ପ୍ରଥମେ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ବିଷୟରେ ପଚାରିଥିଲେ ଏବଂ ପରେ ଗୁଳି କରିଥିଲେ। ଆକ୍ରମଣ ପରେ ଆତଙ୍କବାଦୀମାନେ ପ୍ରସ୍ଥାନ ଯୋଜନା ମଧ୍ୟ କରିଥିଲେ । ଆକ୍ରମଣ ପରେ ସେ ପଳାଇ ଯାଇଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପହଲଗାମରେ ଆକ୍ରମଣ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କ ସହିତ ଜମ୍ମୁ ଏବଂ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଉପସ୍ଥିତ ଅଛନ୍ତି। ଅନ୍ୟପକ୍ଷରେ, ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଚାଲିଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଅନିଲ ଚୌହାନ ଏବଂ ଏନଏସଏ ଅଜିତ ଡୋଭାଲ ଅଂଶଗ୍ରହଣ କରୁଛନ୍ତି।

୧- ସୁଶିଲ ନଥ୍ୟାଲ, ମଧ୍ଯପ୍ରଦଶ

୨-ସୈୟଦ ଆଦିନ ହୁସନ ଶାହ, ଜମ୍ମୁକଶ୍ମୀର

୩-ହେମନ୍ତ ସୁହାସ ଜୋଶୀ, ମହାରାଷ୍ଟ୍ର

୪-ବିନୟ ନରୱାଲ, ହରିୟାଣା

୫-ଅତୁଲ ଶ୍ରୀକାନ୍ତ ମୋନୀ, ମହାରାଷ୍ଟ୍ର

୬-ନୀରଜ ଉଧୱାନୀ, ଉତ୍ତରାଖଣ୍ଡ

୭-ବିଟନ ଅଧିକାରୀ, ପଶ୍ଚିମ ବଙ୍ଗାଲ

୮-ସୁଭମ ଦିୱେଦୀ, ଉତ୍ତର ପ୍ରଦେଶ

୯-ପ୍ରଶାନ୍ତ କୁମାର ଶତପଥୀ, ଓଡ଼ିଶା

୧୦-ମନୀଷ ରଞ୍ଜନ, ବିହାରଆ

୧୧-ଏମ ରାମଚନ୍ଦ୍ର, କେରଳ

୧୨-ସଞ୍ଜୟ ଲକ୍ଷଣ ଲାଲୀ, ମହାରାଷ୍ଟ୍ର

୧୩-ଦିନେଶ ଅଗ୍ରୱାଲ, ଚଣ୍ଡିଗଡ଼

୧୪-ସମୀର ଗୁହାର, ପଶ୍ଚିମବଙ୍ଗାଲ

୧୫-ଦିଲ୍ଲୀପ ଦସାଲୀ, ମହାରାଷ୍ଟ୍ର

୧୬-ଜୋ, ସଚନ୍ଦ୍ରା ମୋଲି, ଆନ୍ଧ୍ର ପ୍ରେଦଶ

୧୭-ମଧୁସୂଦନ ସୋମିସେଠୀ, କର୍ଣ୍ଣଟାକ

୧୮-ସନ୍ତୋଷ ଜାଗଧା, ମହାରାଷ୍ଟ୍ର

୧୯-ମଞ୍ଜୁନାଥ ରାଓ , କର୍ଣ୍ଣଟାକ

୨୦-କସ୍ତୁବା ଗବତୋୟ, ମହାରାଷ୍ଟ୍ର

୨୧-ଭରତ ଭୂଷଣ, କର୍ଣ୍ଣାଟକ

୨୨-ସୁମିତ ପରମାର, ଗୁଜୁରାଟ

୨୩-ଟେଜେହୟଲିଙ୍ଗ, ଅରୁଣାଚଳ ପ୍ରଦେଶ

୨୪-ଶୈଲେଷଭାଇ କଲାଠିୟା, ଗୁଜୁରାଟ

୨୫-ୟତେଶ ପରମାର, ଗୁଜୁରାଟ

୨୬- ସୁଦୀପ ନେଓପାନେ, ନେପାଳ

୨୭- ବିଟନ ଅଧକେରୀ, ୟୁଏଇ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking