22.1 C
Bhubaneswar
Saturday, February 7, 2026
Homeଓଡିଶା୩୦ ଜିଲ୍ଲାରେ ଖୋଲିଲା ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟର

୩୦ ଜିଲ୍ଲାରେ ଖୋଲିଲା ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟର

ଭୁବନେଶ୍ବର: ୩୦ ଜିଲ୍ଲାରେ ଖୋଲିଲା ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟର। ଏହି ସେଣ୍ଟରରେ କୋଚ୍ ରହିବେ ପୂର୍ବତନ ଚାମ୍ପିଅନ ଖେଳାଳି। ଏନେଇ ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଭିନ୍ନ ଜିଲ୍ଲାର କ୍ରୀଡ଼ା ଓ ସଂସ୍କୃତିକୁ ଗୁରୁତ୍ଵ ଦିଆଯିବ। ପ୍ରତି ସେଣ୍ଟର ପାଇଁ ବାର୍ଷିକ ୫ ଲକ୍ଷ ଖର୍ଚ୍ଚ ହେବ। ଅଲିମ୍ପିକ୍ସ ଖେଳକୁ ପ୍ରୋତ୍ସାହନ ମିଳିବ। ତାଛଡା ଫୁଟବଲ, ଖୋ ଖୋ, ଯୋଗାସନ ବି ରହିବ। ଯେଉଁ ଜିଲ୍ଲାର ଯେଉଁ ଖେଳ ଅଛି ତାକୁ ଗୁରୁତ୍ଵ ଦିଆଯିବ। ରାଜ୍ୟ ସ୍ତରୀୟ, ସର୍ବଭାରତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପୂର୍ବତନ ଖେଳାଳୀମାନେ କୋଚ୍ ରହିବେ। ଏହି ସେଣ୍ଟର ଗୁଡ଼ିକ ତୃଣମୂଳ ସ୍ତରରୁ ପ୍ରଶିକ୍ଷଣ ଦେବା କାମ କରିବେ। ଯେଉଁଠି ସେଣ୍ଟର ଅଛି ପୂର୍ବରୁ ସେଠାରେ ଭିତ୍ତିଭୂମି ରହିଛି। ଖେଳାଳି କ୍ରୀଡ଼ାକୁ କ୍ୟାରିଅର କରିପାରିବେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ସହଯୋଗରେ ଏହି ୩୦ଟି ସେଣ୍ଟର ଖୋଲାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking