19.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶଫ୍ଲୋରିଡା ଷ୍ଟେଟ ୟୁନିଭର୍ସିଟିରେ ଆଖିବୁଜା ଗୁଳିମାଡ଼, ୨ ମୃତ

ଫ୍ଲୋରିଡା ଷ୍ଟେଟ ୟୁନିଭର୍ସିଟିରେ ଆଖିବୁଜା ଗୁଳିମାଡ଼, ୨ ମୃତ

ଓ୍ବାସିଂଟନ୍: ଆମେରିକା ଫ୍ଲୋରିଡା ଷ୍ଟେଟ ୟୁନିଭର୍ସିଟିରେ ଦୁର୍ବୃତ୍ତର ଆଖିବୁଜା ଗୁଳିମାଡ଼। ଗୁଳିମାଡ଼ରେ ୨ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ୬ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଳିକାଣ୍ଡ ପରେ ବନ୍ଧୁକଧାରୀକୁ ଗିରଫ କରାଯାଇଛି।

ମୃତାହତମାନେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ନୁହନ୍ତି ବୋଲି ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ଆମ୍ବୁଲାନ୍ସ, ଅଗ୍ନିଶମବାହିନୀ ଓ ପାଟ୍ରୋଲ ଗାଡି ନିୟୋଜିତ ହୋଇଛି। ଗୁଳିକାଣ୍ଡ ସମ୍ପର୍କରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଅବଗତ କରାଯାଇଛି। ଗୁଳିକାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି ଟ୍ରମ୍ପ। ଗୁଳିକାଣ୍ଡ ଯୋଗୁ ବିଶ୍ବବିଦ୍ୟାଳୟ ପରିସରରେ ଆତଙ୍କ ଖେଳିଯାଇଥିଲା। ଗୁଳିକାଣ୍ଡ ପରେ ବିଶ୍ବବିଦ୍ୟାଳୟକୁ ଲକଡାଉନ ଘୋଷଣା କରାଯାଇଛି। ଫ୍ଲୋରିଡାର ୧୨ଟି ସରକାରୀ ବିଶ୍ବବିଦ୍ୟାଳୟ ମଧ୍ଯରୁ ଫ୍ଲୋରିଡା ଷ୍ଟେଟ ୟୁନିଭର୍ସିଟି ଅନ୍ୟତମ ଏବଂ ଏହା ତାଲ୍ଲାହାସିରେ ଅବସ୍ଥିତ। ଏହି ବିଶ୍ବବିଦ୍ୟାଳୟରେ ପ୍ରାୟ ୪୪ ହଜାର ଛାତ୍ରଛାତ୍ରୀ ପଢନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking