27.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଗୁଜରାଟରୁ ସଂଗଠନ ସୃଜନ ଅଭିଯାନ ଆରମ୍ଭ କଲା କଂଗ୍ରେସ

ଗୁଜରାଟରୁ ସଂଗଠନ ସୃଜନ ଅଭିଯାନ ଆରମ୍ଭ କଲା କଂଗ୍ରେସ

ଗାନ୍ଧୀନଗର: କଂଗ୍ରେସ ଏବେ ନିଜକୁ ସାଂଗଠନିକ ସ୍ତରରେ ଅଧିକ ମଜଭୁତ କରିବାକୁ ଚେଷ୍ଟା କରୁଛି। ଏହିକ୍ରମେ ଗୁଜରାଟରୁ କଂଗ୍ରେସ ସଂଗଠନ ସୃଜନ ଅଭିଯାନ ନାମରେ ଏକ ନୂଆ ଅଭିଯାନ ଆରମ୍ଭ କରିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୁଧବାର ଏଠାରେ ସମ୍ବୋଧନ ଦେବା ଆଳରେ ବିଜେପି ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି। ବିଜେପି ସରକାରଙ୍କ ନିର୍ଦ୍ଦେଶରେ ଇଡି, ସିବିଆଇ ଭଳି ସ୍ୱାୟତ୍ତ ସଂସ୍ଥାଗୁଡ଼ିକ ମଧ୍ୟ ଏବେ କାମ କରୁଥିବା ରାହୁଲଏ ଅଭିଯୋଗ କରିଛନ୍ତି। ଇଡି ଏବେ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ରାହୁଲ ଏବଂ ସୋନିଆଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିବା ବେଳେ ଏସମ୍ପର୍କରେ ମଧ୍ୟ ରାହୁଲ କହିଛନ୍ତି।

ରାହୁଲଙ୍କ କହିବାନୁସାରେ ଏହା କେବଳ ଏକ ରାଜନୈତିକ ଲଢ଼େଇ ନୁହେଁ ବରଂ ଏହା ବିଜେପି-ଆରଏସଏସ ଏବଂ କଂଗ୍ରେସର ବିଚାରଧାରା ମଧ୍ୟରେ ଲଢ଼େଇ। ରାହୁଲ କହିଛନ୍ତି, ସାରା ଦେଶ ଜାଣିଛି ଯଦି ବିଜେପିକୁ କେହି ପରାସ୍ତ କରିପାରିବ ତେବେ ସେହେଉଛି କେବଳ କଂଗ୍ରେସ। ଆଉ ଯଦି ଆମକୁ ଦେଶରେ ଆରଏସଏସ ଏବଂ ବିଜେପିକୁ ହରାଇବାର ଅଛି ତେବେ ଏହାର ରାସ୍ତାର ଗୁଜରାଟ ଦେଇ ଯାଉଛି। ଏହି ଅବସରରେ ସେ ଗାନ୍ଧିଜୀଙ୍କୁ ମଧ୍ୟ ସ୍ମରଣ କରିଥିଲେ। ରାହୁଲ କହିଛନ୍ତି, କଂଗ୍ରେସ ଗୁଜରାଟରୁ ହିଁ ଆରମ୍ଭ ହୋଇଥିଲା। ଗୁଜରାଟ ହିଁ ମହାତ୍ମା ଗାନ୍ଧୀ ଏବଂ ସର୍ଦ୍ଦାର ପଟେଲଙ୍କୁ ଦେଇଛି। କିନ୍ତୁ ଆମେ ଗୁଜରାଟରେ ଦୀର୍ଘ ସମୟ ଧରି ମନୋବଳ ହରାଇ ବସିଛୁ । କିନ୍ତୁ ଏବେ ସମୟ ବଦଳିବ। ଜିଲ୍ଲା ନେତାମାନଙ୍କୁ ସଶକ୍ତ କରାଯିବ। ଆମେ ଏହି କାମ ଏବେ ଆରମ୍ଭ କରୁଛୁ ବୋଲି କହି କଂଗ୍ରେସ ସଦସ୍ୟଙ୍କ ମନୋବଳ ବଢାଇଛନ୍ତି ରାହୁଲ। ଗୁଜୁରାଟ ଗସ୍ତରେ ରାହୁଲ ଥିବା ବେଳେ ତୃଣମୂଳସ୍ତରରେ କେମିତି ଦଳ ମଜବୁତ ହେବ ସେନେଇ ଆଲୋଚନା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking