18.1 C
Bhubaneswar
Monday, December 22, 2025
Homeଦେଶ ବିଦେଶମୁଡା ଦୁର୍ନୀତି ମାମଲା: ସିଦ୍ଧରମୈୟାଙ୍କୁ ଶକ୍ତ ଧକ୍କା

ମୁଡା ଦୁର୍ନୀତି ମାମଲା: ସିଦ୍ଧରମୈୟାଙ୍କୁ ଶକ୍ତ ଧକ୍କା

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଏକ ଶକ୍ତ ଧକ୍କା ଲାଗିଛି। ସିଦ୍ଧରମୈୟା ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଥିବା ମୁଡା ମାମଲାରେ ତଦନ୍ତ ଜାରି ରଖିବାକୁ କର୍ଣ୍ଣାଟକର ଏକ ସ୍ୱତନ୍ତ୍ର କୋର୍ଟ ଲୋକାୟୁକ୍ତ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏମ୍‌ୟୁଡିଏ (ମୁଡା) ଜମି ଆବଣ୍ଟନ ମାମଲାରେ ଉଭୟ ସିଦ୍ଧରମୈୟା ଏବଂ ତାଙ୍କ ପତ୍ନୀ ଅଭିଯୁକ୍ତ ଭାବେ ଛନ୍ଦି ହୋଇଥିବା ବେଳେ କୋର୍ଟଙ୍କ ଏପ୍ରକାର ରାୟ ସେମାନଙ୍କୁ ଚିନ୍ତାରେ ପକାଇଦେଇଛି। ଲୋକାୟୁକ୍ତ ପୋଲିସ ଦ୍ୱାରା ଦାଖଲ କରାଯାଇଥିବା ବି-ରିପୋର୍ଟ ଉପରେ ପ୍ରଶ୍ନ ଉଠାଇ ସୂଚନା ଅଧିକାର କର୍ମୀ ସ୍ନେହମୟୀ କୃଷ୍ଣଙ୍କ ଦ୍ୱାରା ଦାୟର ଏକ ଆବେଦନ ଉପରେ କୋର୍ଟ ଏହି ଆଦେଶକୁ ସ୍ଥଗିତ ରଖିଛନ୍ତି। କୋର୍ଟ କହିଛନ୍ତି ଯେ ପୁଲିସ ଏହାର ତଦନ୍ତ ସମାପ୍ତ କରିବା ଉଚିତ୍ ଏବଂ ସେପର୍ଯ୍ୟନ୍ତ ଲୋକାୟୁକ୍ତ ରିପୋର୍ଟ ଉପରେ କୌଣସି ନିର୍ଦ୍ଦେଶ ଦିଆଯିବ ନାହିଁ। କୋର୍ଟ ଲୋକାୟୁକ୍ତ ରିପୋର୍ଟ ବିରୋଧରେ ପ୍ରତିବାଦ ଆବେଦନ ଦାଖଲ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ମଧ୍ୟ ଅନୁମତି ଦେଇଛନ୍ତି। କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୭ ମେ’ ୨୦୨୫ରେ କରିବା ନେଇ ତାରିଖ ଧାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ସିଦ୍ଧରମୈୟା ଏବଂ ତାଙ୍କ ପରିବାରକୁ ଏହି ମୁଡା ମାମଲାରେ ଆଶ୍ୱସ୍ତି ଦିଆଯାଇଥିଲା। ଲୋକାୟୁକ୍ତ ପୋଲିସ କହିଥିଲା ଯେ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ତାଙ୍କ ପତ୍ନୀ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ମିଳିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking