35.1 C
Bhubaneswar
Thursday, March 5, 2026
Homeଓଡିଶାଏଆଇସିସି ପକ୍ଷରୁ ଓଡ଼ିଶା ରାଜନୈତିକ ବ୍ୟାପାର କମିଟି ଗଠନ ହେଲା

ଏଆଇସିସି ପକ୍ଷରୁ ଓଡ଼ିଶା ରାଜନୈତିକ ବ୍ୟାପାର କମିଟି ଗଠନ ହେଲା

ଭୁବନେଶ୍ୱର: ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ଏଆଇସିସି ସାଧାରଣ ସମ୍ପାଦକ ଶ୍ରୀ କେ ସି ଭେନୁଗୋପାଲ୍ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜନୈତିକ ବ୍ୟାପାର କମିଟି ଘୋଷଣା କରିଛନ୍ତି।ଏଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଓଡ଼ିଶା ରାଜନୈତିକ ବ୍ୟାପାର କମିଟିରେ ୨୫ ଜଣ ସଦସ୍ୟ ରହିଥିବା ବେଳେ ଏକ୍ସ ଅଫିସିଓ ସଦସ୍ୟ ଭାବେ ଦୁଇଜଣ ଓଡ଼ିଶା ସହପ୍ରଭାରି ଏବଂ ସମସ୍ତ ଛାମୁଆ ସଂଗଠନ ମୁଖ୍ୟ ସଦସ୍ୟ ଭାବେ ରହିଛନ୍ତି।ଉକ୍ତ କମିଟିରେ ସର୍ବାଗ୍ରେ ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁ ଥିବାବେଳେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ରହିଛନ୍ତି।ସେହିପରି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସାଂସଦ ସପ୍ତଗୀରି ଉଲାକା,ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ଜୟଦେବ ଜେନା,ଶରତ ପଟ୍ଟନାୟକ,ପ୍ରସାଦ ହରିଚନ୍ଦନ, ବରିଷ୍ଟ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା,ନଗେନ୍ଦ୍ର ପ୍ରଧାନ, ଜଗନ୍ନାଥ ପଟ୍ଟନାୟକ,ଅମର ନାଥ ପ୍ରଧାନ ରହିଛନ୍ତି। ଅନୁରୂପ ଭାବେ ଉକ୍ତ କମିଟିରେ ପୂର୍ବତନ ସାଂସଦ ସୁଶୀଳା ତିରିଆ,ଅନନ୍ତ ପ୍ରସାଦ ସେଠି,ରାମଚନ୍ଦ୍ର ଖୁଣ୍ଟିଆ ରହିଥିବା ବେଳେ ପୂର୍ବତନ ମନ୍ତ୍ରୀ ଶରତ ରାଉତ,ଏଆଇସିସି ସମ୍ପାଦକ ଆସଫ ଅଲ୍ଲୀ ଖାଁ,ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି,ରମେଶ ଜେନା,ସି ଏସ ରାଜନଏକ୍କା,ପୂର୍ବତନ ବିଧାୟକ ଡ଼ ଦେବାଶିଷ ପଟ୍ଟନାୟକ,ସନ୍ତୋଷ ସିଂ ସାଲୁଜା,ମହମ୍ମଦ ମୁକିମ୍,କଂଗ୍ରେସ ନେତା ବିଶ୍ଵ ରଞ୍ଜନ ମହାନ୍ତି,ଏଆଇସିସି ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରା ପ୍ରମୁଖ ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking