15.1 C
Bhubaneswar
Friday, December 19, 2025
Homeଦେଶ ବିଦେଶମୁର୍ଶିଦାବାଦ୍ ଅଶାନ୍ତ; ୪୦୦ରୁ ଅଧିକ ହିନ୍ଦୁଙ୍କୁ ପଳାୟନ ଲାଗି ବାଧ୍ୟ କରାଯାଇଛି

ମୁର୍ଶିଦାବାଦ୍ ଅଶାନ୍ତ; ୪୦୦ରୁ ଅଧିକ ହିନ୍ଦୁଙ୍କୁ ପଳାୟନ ଲାଗି ବାଧ୍ୟ କରାଯାଇଛି

କୋଲକାତା: ୱାକଫ୍ ସଂଶୋଧନ ଆଇନକୁ କେନ୍ଦ୍ରକରି ଶନିବାର ପଶ୍ଚିମବଙ୍ଗର ମୁସଲମାନ ବହୁଳ ମୁର୍ଶିଦାବାଦ ଜିଲାରେ ସାନି ହିଂସାକାଣ୍ଡ ଘଟିଛି। ଏଥିରେ ୩ ଜଣ ପ୍ରାଣ ହରାଇଥିବାବେଳେ ୨ ପୋଲିସ୍ କର୍ମଚାରୀଙ୍କ ସମେତ ୧୭ଜଣ ଆହତ ହୋଇଛନ୍ତି। ଏହାକୁ ନେଇ ସମଗ୍ର ପଶ୍ଚିମବଙ୍ଗରେ ଏବେ ସାମ୍ପ୍ରଦାୟିକ ଉତ୍ତେଜନା ଭରି ରହିଥିବା ବେଳେ ରବିବାର ସକାଳେ ପୁଣିଥରେ ମୁର୍ଶିଦାବାଦ୍ ଜିଲ୍ଳା ଧୁଲିଆନ୍ ପ୍ରାନ୍ତରେ ଗୁଳିକାଣ୍ଡ ସଂଘଠିତ ହୋଇଥିବା ଏବଂ ଏଥିରେ ୨ ଶିଶୁ ଆହତ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି। ଏପରିକି ବିକ୍ଷୋଭକାରୀମାନେ ବିଏସ୍‌ଏଫ୍ ଯବାନ୍‌ଙ୍କ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ତେବେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ସମୟରେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ସରକାର କୌଣସି ପରିସ୍ଥିତିରେ ମଧ୍ୟ ଏହି ଆଇନକୁ ନିଜ ରାଜ୍ୟରେ କାର୍ଯ୍ୟକାରୀ କରିବେ ନାହିଁ। ଏହି ଘଟଣାକୁ ନେଇ ରାଜ୍ୟରେ ଟିଏମ୍‌ସି ଓ ବିଜେପି ଏବେ ମୁହାଁମୁହିଁ ହୋଇଛନ୍ତି। ଟିଏମ୍‌ସି ଏହି ହିଂସାକୁ ଉସ୍‌କାଉଥିବା ବିଜେପି ଅଭିଯୋଗ କରୁଥିବାବେଳେ ଟିଏମ୍‌ସି ଏହାକୁ ଖଣ୍ଡନ କରିଛି।

ବିରୋଧୀ ମୁଖ୍ୟ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି ଯେ, ମୁର୍ଶିଦାବାଦ ହିଂସାରେ ଅନେକ ହିନ୍ଦୁ ପଳାୟନ କରିଛନ୍ତି। ଏହି ଘଟଣାକୁ ନେଇ ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି, ଜୀବନ ବଞ୍ଚାଇବାକୁ ଲୋକମାନେ ପିଲାଛୁଆଙ୍କୁ ଧରି ଅନେକ ଲୋକ ସୁରକ୍ଷା ପାଇଁ ନଦୀ ପାର ହୋଇ ମାଳଦା ଜିଲ୍ଲାକୁ ଚାଲିଯାଉଛନ୍ତି ଏବଂ ସେଠାରେ ଡେରା ପକାଉଛନ୍ତି। ଶୁଭେନ୍ଦୁ କହିଛନ୍ତି, “ଧାର୍ମିକ ଭାବନାରେ ଅନ୍ଧ ଲୋକଙ୍କ ଭୟରେ ମୁର୍ଶିଦାବାଦର ଧୂଲିଆନ୍‌ରୁ ପ୍ରାୟ ୪୦୦ରୁ ଅଧିକ ହିନ୍ଦୁ ନଦୀ ପାର ହୋଇ ପଳାଇବାକୁ ଏବଂ ଲାଲପୁର ହାଇସ୍କୁଲ, ଦେଓନାପୁର-ସୋଭାପୁର ପଂଚାୟତ, ବୈଷ୍ଣବନଗର, ମାଲଦାରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି। ଟିଏମ୍‌ସିର ତୁଷ୍ଟିକରଣ ରାଜନୀତି ମୌଳବାଦୀ ତତ୍ତ୍ୱମାନଙ୍କୁ ଉତ୍ସାହିତ କରିଛି। ହିନ୍ଦୁମାନଙ୍କୁ ଶିକାର କରାଯାଉଛି, ଆମର ଲୋକମାନେ ନିଜ ନିଜ ଭୂମିରେ ନିଜ ଜୀବନ ପାଇଁ ଦୌଡ଼ୁଛନ୍ତି! ଆଇନ ଶୃଙ୍ଖଳାର ଏହି ଭଙ୍ଗକୁ ଅନୁମତି ଦେବା ପାଇଁ ରାଜ୍ୟ ସରକାରଙ୍କୁ ଲଜ୍ଜା ଲାଗୁଛି। ମୁର୍ସିଦାବାଦ୍‌ରେ ନିୟୋଜିତ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ, ରାଜ୍ୟ ପୋଲିସ ଏବଂ ଜିଲା ପ୍ରଶାସନକୁ ଏହି ବିସ୍ଥାପିତ ହିନ୍ଦୁମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବାକୁ ଏବଂ ଏହି ଜିହାଦୀ ଆତଙ୍କବାଦରୁ ସେମାନଙ୍କ ଜୀବନକୁ ରକ୍ଷା କରିବାକୁ ଶୁଭେନ୍ଦୁ ଅନୁରୋଧ କରିଛନ୍ତି।

ଶୁକ୍ରବାର ପ୍ରାର୍ଥନା ପରେ ଆରମ୍ଭ ହୋଇଥିବା ହିଂସା ୩ୟ ଦିନ ପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି। ପୋଲିସ ନିଶ୍ଚିତ କରିଛି ଯେ ସଂଘର୍ଷରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ସମଗ୍ର ମୁର୍ସିଦାବାଦ ଜିଲ୍ଲା ଏବେ ଅଶାନ୍ତ ରହିଥିବା ବେଳେ ଜିଲ୍ଲାରେ ଧାରା ୧୬୩ ଜାରି କରାଯାଇଛି। ଗୁଜବ ସୃଷ୍ଟିକାରୀଙ୍କ କବଳରୁ ଜନସାଧାରଣଙ୍କୁ ଦୂରେଇ ରଖିବାକୁ ଇଣ୍ଟରନେଟ୍ ବ୍ୟବସ୍ଥାକୁ ସାମୟିକ ଭାବେ ବାତିଲ କରାଯାଇଛି। ମୁର୍ଶିଦାବାଦ ଜିଲାର ସୁତି ଓ ସମଶେରଗଞ୍ଜ ଅଞ୍ଚଳରେ ହିଂସାର ଅଧିକ ପ୍ରଭାବ ଦେଖିବାକୁ ମିଳିଥିବାରୁ ସେଠାରେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି। ସୁତି, ଧୂଲିଆନ୍‌, ସମସେରଗଞ୍ଜ ଏବଂ ଜାଙ୍ଗିପୁର ଅଞ୍ଚଳରେ ପରିସ୍ଥିତି ଶାନ୍ତ ରହିଥିବା ପୋଲିସ କହିଛି। ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ମୁର୍ଶିଦାବାଦ୍‌ରେ ଏବେ ୱାକଫ୍ ସଂଶୋଧିତ ଆଇନ୍‌କୁ ବିରୋଧ ପରିପ୍ରେକ୍ଷୀରେ ସିଏଏ ବିରୋଧୀ ଦଙ୍ଗା ପରି ରଣନୀତି ଅନୁସରଣ କରାଯାଉଥିବା ଗୁଇନ୍ଦା ବିଭାଗ ରିପୋର୍ଟ କରିଛି। ଇସଲାମିକ୍ ମୌଳବାଦୀମାନେ ୨୦୧୯ ସିଏଏ ବିରୋଧୀ ଦଙ୍ଗା ସମୟରେ ବ୍ୟବହାର କରିଥିବା ରଣନୀତି ଭଳି ଏବେ ୱାକଫ୍ ସଂଶୋଧନ ଆଇନ୍ ଆଳରେ ସମାନ ରଣନୀତି ବ୍ୟବହାର କରୁଛନ୍ତି ବୋଲି ଏଜେନ୍ସି ଦର୍ଶାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking