25.1 C
Bhubaneswar
Saturday, February 7, 2026
Homeଓଡିଶାରବି ଧାନ କିଣା କାରବାରରେ ଜାଗ୍ରତ ପ୍ରହରୀ ସାଜିବ ବିଜେପି କୃଷକମୋର୍ଚ୍ଚା: ମହେଶ୍ୱର ସାହୁ

ରବି ଧାନ କିଣା କାରବାରରେ ଜାଗ୍ରତ ପ୍ରହରୀ ସାଜିବ ବିଜେପି କୃଷକମୋର୍ଚ୍ଚା: ମହେଶ୍ୱର ସାହୁ

ଭୁବନେଶ୍ୱର: ଆଗାମୀ ରବି ଧାନ ସଂଗ୍ରହ ଅଭିଯାନ ମେ’ ମାସ ୧ ତାରିଖ ଠାରୁ ଓଡିଶାର ୧୭ଟି ଜିଲ୍ଲାରେ ଆରମ୍ଭ ହେବ । ପ୍ରାୟତଃ ୨୦ଲକ୍ଷ ମେଟ୍ରିକ୍ ଟନ୍ ଧାନ ଚାଷୀମାନଙ୍କ ଠାରୁ କିଣା ଯିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଓଡିଶାରେ ଆଗାମୀ ରବି ଧାନ କିଣା କାରବାରରେ ବ୍ୟାପକ ସ୍ୱଚ୍ଛତା ଓ ଶୃଙ୍ଖଳିତ ଭାବେ ପରିଚାଳନା ସହ ସମସ୍ତ କାର୍ଯ୍ୟକର୍ତା ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିବା ପାଇଁ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ବୈଠକରେ କାର୍ଯ୍ୟକର୍ତା ମାନଙ୍କୁ ଆହ୍ୱାନ ଦେଇଛନ୍ତି । ବୈଠକରେ ଶ୍ରୀ ସାହୁ ଗତ ଖରିଫ୍ ଧାନ କିଣା କାରବାର ସାରା ରାଜ୍ୟରେ ସ୍ୱଚ୍ଛତା ର ସହିତ ଶୃଙ୍ଖଳିତ ଭାବେ ହେଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଥିଲେ । ତତ୍‌ସହିତ ଓଡିଶାର ସମସ୍ତ ବିଜେପି କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତା ମାନଙ୍କର କଠିନ ପରିଶ୍ରମ ଫଳରେ ଖରିଫ ଧାନ କିଣା କାରବାର ସୁରୁଖୁରୁରେ ହୋଇପାରିଥିବା କାରଣରୁ ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ସୂର୍ଯ୍ୟନାରାୟଣ ମହାପାତ୍ର, ବିପଦ ଭଞ୍ଜନ ଦାସ, ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ସ୍ୱାଇଁ, ଅଶୋକ କୁମାର ରଥ, ରାଜ୍ୟ ସଂଯୋଜକ ଗୋବନ୍ଦ ଚନ୍ଦ୍ର ପ୍ରଧାନ, ଡ. ଜଗନ୍ନାଥ ମହାପାତ୍ର, ଜୟଲକ୍ଷ୍ମୀ ମହାନ୍ତି, ସୁନୀଲ କୁମାର ମହାନ୍ତି, ସନ୍ତୋଷ କୁମାର ବିଶ୍ୱାଳ, ଗଜେନ୍ଦ୍ର ଚୌଧୁରୀ, ଚନ୍ଦ୍ରଶେଖର ରଥ, ଜଗଦୀଶ କଲାର, ରତିଲାଲ୍ ପ୍ରଧାନ, ଅବନେଶ୍ୱର ପ୍ରଧାନ, ଶ୍ରୀନିବାସ ପ୍ରଧାନ, ସନ୍ତୋଷ ପ୍ରଧାନ, ଅଶୋକ କୁମାର ପୃଷ୍ଟି, ରାଜକିଶୋର ମେଣ୍ଡଲି, ଯଶୋବନ୍ତ ଶେଟ୍‌, ଜଗନ୍ନାଥ ଗଡ ସିଂହ ନାୟକ, ସଞ୍ଜୀବ ରଣା, ବିକ୍ରମ ରାଉତ, ସନ୍ତୋଷ ସ୍ୱାଇଁ, ତପନ କୁମାର ବେହେରା, ଅଜୟ କୁମାର ପ୍ରଧାନ, ପାଣ୍ଡବ ଧଳ, କୌଶିକ୍ ଚାନ୍ଦ୍‌, ଶିବନାରାୟଣ ମିଶ୍ର, ସୌଭାଗ୍ୟ ପଣ୍ଡା, ପ୍ରଭାତ କୁମାର ସ୍ୱାଇଁ, ଶ୍ରୀମତୀ ପୂର୍ଣ୍ଣିମା ଦାସ, ଅମିତା ଶତପଥୀ, ସୁଦର୍ଶନ ବିଶ୍ୱାଳ, ବିଜୟ କୁମାର ପଣ୍ଡା, ଅଜୟ କୁମାର ସାମନ୍ତରାୟ, ସୁମନ୍ତ କୁମାର ମହାରଣା, ଲକ୍ଷ୍ମୀଧର ତ୍ରିପାଠୀ ପ୍ରମୁଖ ଶତାଧିକ ଚାଷୀ ନେତା ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking