22.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଇସ୍ରାଏଲ ଉପରେ ହମାସ୍‌ର ମିସାଇଲ୍ ଆକ୍ରମଣ

ଇସ୍ରାଏଲ ଉପରେ ହମାସ୍‌ର ମିସାଇଲ୍ ଆକ୍ରମଣ

ଜେରୁଜେଲମ୍‌: ଇସ୍ରାଏଲ ଏବଂ ହମାସ୍ ଯୁଦ୍ଧ ମଧ୍ୟରେ ଏକ ନୂଆ ରିପୋର୍ଟ ହସ୍ତଗତ ହୋଇଛି। ରିପୋର୍ଟ ଅନୁସାରେ ହମାସ୍ ପକ୍ଷରୁ ଇସ୍ରାଏଲ୍ ଉପରେ ମିସାଇଲ୍ ଆଟାକ୍ କରାଯାଇଛି। ଦକ୍ଷିଣ ଇସ୍ରାଏଲର ସହରଗୁଡ଼ିକ ଉପରେ ହମାସ୍ ମିସାଇଲ୍ ମାଡ଼ କରିଛି। ଯଦିଓ ଏସବୁ ମିସାଇଲ୍ ମଧ୍ୟରୁ ଅଧିକାଂଶ ଇସ୍ରାଏଲୀ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ଆକାଶରେ ଧ୍ୱଂସ କରାଯାଇଥିବା ନେଇ ଦାବି କରାଯାଉଛି, ତେବେ ହମାସ୍‌ର ଏହି ଆକ୍ରମଣରେ ଇସ୍ରାଏଲ୍ ଯେ ବିଚଳିତ ହୋଇପଡିଛି, ଏହାକୁ ଅସ୍ୱୀକାର କରାଯାଇପାରିବନି। ଗାଜାରେ ଇସ୍ରାଏଲୀ ସେନା ଦ୍ୱାରା କରାଯାଇଥିବା ‘ନରସଂହାର’ର ପ୍ରତିଶୋଧ ପାଇଁ ଏହି ଆକ୍ରମଣ କରାଯାଇଥିବା ହମାସ ଦାବି କରିଛି।

ଇସ୍ରାଏଲୀ ସେନା ଅନୁଯାୟୀ, ହମାସ ପକ୍ଷରୁ ମୋଟ୍ ପ୍ରାୟ ୧୦ଟି ମିସାଇଲ୍ ମାଡ଼ କରାଯାଇଥିଲା, ଯାହା ମଧ୍ୟରୁ ଅଧିକାଂଶକୁ ସଫଳତାର ସହ ପ୍ରତିରୋଧ କରାଯାଇଥିଲା। କିନ୍ତୁ ଗୋଟିଏ ମିସାଇଲ୍ ଦକ୍ଷିଣ ସହର ଆସ୍କେଲନରେ ପଡ଼ିଥିଲା, ଯେଉଁଥିରେ ଜଣେ ଆହତ ହୋଇଥିଲେ। ଇସ୍ରାଏଲୀ ଜରୁରୀକାଳୀନ ସେବା କହିଛି ଯେ ଆହତ ବ୍ୟକ୍ତିଙ୍କୁ ଗୁଳି ବାଜିଥିଲା ଏବଂ ତାଙ୍କର ଚିକିତ୍ସା କରାଯାଉଛି। ଘଟଣାସ୍ଥଳକୁ ରିଲିଫ୍ ଏବଂ ଉଦ୍ଧାର ଦଳ ପଠାଯାଇଛି। ଇସ୍ରାଏଲୀ ଜରୁରୀକାଳୀନ ସେବା ଦ୍ୱାରା ଶେୟାର କରାଯାଇଥିବା ଭିଡିଓଗୁଡ଼ିକରେ ଚୂରମାର ହୋଇଥିବା କାର ଏବଂ ରାସ୍ତାରେ ବିଛାଡ଼ି ହୋଇଥିବାର ଦେଖାଯାଇଛି। ହମାସ ରକେଟ ଆକ୍ରମଣର କିଛି ଘଣ୍ଟା ପରେ, ଇସ୍ରାଏଲୀ ସେନା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦେଇର ଅଲ-ବାଲାହ ସହରର କିଛି ଅଞ୍ଚଳରୁ ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଥିଲା। ‘ଆକ୍ରମଣ ପୂର୍ବରୁ ଏହା ଶେଷ ଚେତାବନୀ,’ ବୋଲି ବିବୃତ୍ତିରେ ଲେଖାଯାଇଛି। ତେବେ ଗତ କିଛି ମାସ ଧରି ଚାଲିଥିବା ସଂଘର୍ଷ ମଧ୍ୟରେ ରବିବାର ହମାସର ଏପ୍ରକାର ଆକ୍ରମଣ ଗାଜା ଏବଂ ଇସ୍ରାଏଲ ମଧ୍ୟରେ ପରିସ୍ଥିତିକୁ ପୁଣି ଥରେ ଖରାପ କରିଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking