15.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶଗୁଗୁଲ ମ୍ୟାପ୍ ନେଲା ଆଉ ୨ଜୀବନ

ଗୁଗୁଲ ମ୍ୟାପ୍ ନେଲା ଆଉ ୨ଜୀବନ

ମୁରାଦାବାଦ୍‌: ଗୁଗୁଲ୍ ମ୍ୟାପ୍ ଯୋଗୁ ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶ ମୁରାଦାବାଦ୍ ମୁଢ଼ାପାଣ୍ଡେ ଥାନା ଅଞ୍ଚଳରେ ଘଟିଥିବା ଏହି ଅଘଟଣରେ ୨ଜଣ ଗୁଗୁଲ୍ ମ୍ୟାପ୍ ଭରସାରେ ଯାତ୍ରା କରୁଥିବା ବେଳେ ସେମାନଙ୍କୁ ଜୀବନ ହରାଇବାକୁ ପଡ଼ିଛି। ରିପୋର୍ଟ ଅନୁସାରେ ୨ ଯୁବତୀ ଓ ୨ ଯୁବକଙ୍କୁ ମିଶାଇ ମୋଟ୍ ୪ଜଣ ଏକ କାର ଯୋଗେ ନୈନିତାଲ ପରିଦର୍ଶନ କରି ଫେରୁଥିଲେ। ଯାତ୍ରା କରୁଥିବା ବେଳେ ମାର୍ଗ ନପାଇବାରୁ ଗୁଗୁଲ୍ ମ୍ୟାପ୍‌ର ସାହାଯ୍ୟ ନେଇଥିଲେ। ତେବେ ସେମାନେ ଆଗକୁ ବଢ଼ୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ସେମାନଙ୍କ କାରକୁ ସାମ୍ନାରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରମ୍ ଜୋରଦାର ଧକ୍କା ଦେଇଥିଲା।ଏହି ଘଟଣାରେ କାର୍‌ରେ ଥିବା ଦୁଇ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ପୋଲିସ୍ ସୂଚନା ଅନୁଯାୟୀ, ମୃତକଙ୍କ ନାମ ସିମ୍ରନ୍ ଏବଂ ଶିବାନୀ। ଏହି ଘଟଣାରେ ଆହତ ହୋଇଥିବା ୨ଯୁବକଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ବୟାନ୍ ଅନୁସାରେ ଗୁଗୁଲ ମ୍ୟାପ୍ ପାଇଁ ବାଇପାସ୍ ଛାଡି ସେମାନେ ସହର ଦେଇ ଦିଲ୍ଲୀ ଆଡକୁ ଯାଉଥିବା ରାସ୍ତାରେ ଯିବାକୁ ଭାବିଥିଲେ। ଏଥିପାଇଁ କାର୍ ବୁଲାଇବା ସମୟରେ ସେମାନଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ଦିଲ୍ଲୀ-ଲକ୍ଷ୍ନୌ ରାଜପଥରେ ଏହି ଦୁର୍ଘଟଣା ଘଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking