21.1 C
Bhubaneswar
Saturday, February 7, 2026
Homeଓଡିଶାଜାତୀୟ ସୁରକ୍ଷା ନେଇ ଚିନ୍ତା କରିବାର ବେଳ: ଅପରାଜିତା

ଜାତୀୟ ସୁରକ୍ଷା ନେଇ ଚିନ୍ତା କରିବାର ବେଳ: ଅପରାଜିତା

ଭୁବନେଶ୍ୱର : ଜାନୁଆରୀ ୨୦୨୪ରୁ ୨୦୨୫ ଜାନୁଆରୀ ମଧ୍ୟରେ ୨୬୦୧ ବାଂଲାଦେଶୀ ଶରଣାର୍ଥୀ ଦେଶରେ ପ୍ରବେଶ କରିଛନ୍ତି। ୨୦୨୧ରେ ବି ୫୦୦ ବାଂଲାଦେଶୀ ଅନୁପ୍ରବେଶକାରୀ ଓ ୩୧୮ ରୋହିଙ୍ଗ୍ୟାଙ୍କୁ ଭାରତ-ବାଂଲାଦେଶ ସୀମାରୁ ଗିରଫ କରିଥିଲେ ସୁରକ୍ଷାକର୍ମୀ। ଏହିପରି ସଂଖ୍ୟାକୁ ଦେଖିଲେ ଆମକୁ ଚିନ୍ତା କରିବାକୁ ପଡିବ, ଆମକୁ ଜାତୀୟ ସୁରକ୍ଷା ନେଇ ଚିନ୍ତା କରିବାକୁ ପଡ଼ିବ। ସେଇଥିପାଇଁ ଏପରି ଏକ ବିଲ୍ ଗୃହରେ ଆଗତ କରାଯାଇଥିଛି। ୧୯୭୦ରେ ସୁପ୍ରିମକୋର୍ଟଙ୍କ ରାୟକୁ ଦେଖିବାକୁ ଗଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସଠିକ୍ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣିଛନ୍ତି।

ଗୁରୁବାର ଲୋକସଭାରେ ଶରଣାର୍ଥୀ ଓ ବିଦେଶୀ ନାଗରିକ ବିଲ୍ ୨୦୨୫ ଉପରେ ଏଭଳି ସପକ୍ଷ ଯୁକ୍ତି ବାଢିଥିଲେ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଥିଲେ, ପ୍ରାଚୀନ ଗ୍ରନ୍ଥ ତୈତରୀୟ ଉପନିଷଦ୍‌ର ଉକ୍ତି ‘ଅତିଥୀ ଦେବୋ ଭବ’ର ଅବତାରଣା ରହିଛି। ଗୋଟିଏ ପଟେ ଆମକୁ ଆମର ପ୍ରାଚୀନ ପରମ୍ପରାକୁ ନେଇ ଗର୍ବିତ ହେବା ବେଳେ ଅତିଥୀଙ୍କୁ ଆମେ ସମ୍ମାନ ବି କରିଥାଉ। ସେହିପରି ଆମ ଦେଶର ଜାତୀୟ ସୁରକ୍ଷା କରିବା ମଧ୍ୟ ଜରୁରୀ। ୧୯୭୦ରେ ଆର ମଣ୍ଟେରିଆ ଭର୍ସେସ ଗୋଆ, ସୁପ୍ରିମକୋର୍ଟର ଏକ ମାମଲାର ଅବତାରଣା କରି ସାଂସଦ ଷଡ଼ଙ୍ଗୀ କହିଥିଲେ, ସେତେବେଳେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ରାୟରେ ଉଲ୍ଲେଖ କରିଥିଲେ, ‘ କୌଣସି ରାଜ୍ୟ ବାହ୍ୟ ବ୍ୟକ୍ତିଙ୍କ ପ୍ରବେଶ ଓ ବସବାସ କରିବାରର ନିଷ୍ପତ୍ତି ସେହି ରାଜ୍ୟର ଇଚ୍ଛାଧୀନ। ଏହାକୁ ନେଇ ସନ୍ଦେହ ନକରାଯିବା ଆବଶ୍ୟକତା ରହିଛି । କାରଣ ଏହା ସେହି ରାଜ୍ୟର ସୀମା ସୁରକ୍ଷାର ପ୍ରସଙ୍ଗର ଅନ୍ତର୍ଭୁକ୍ତ। ଆଇନଗତ ଦୃଷ୍ଟିରୁ ସେହି ରାଜ୍ୟ ବାହ୍ୟ ବ୍ୟକ୍ତିଙ୍କୁ ତାର ଘରୁ ବା ସୀମାରୁ ବାହାର ବି କରିଦେଇପାରେ । ତେଣୁ ଗୋଟିଏ ରାଜ୍ୟ ବାହ୍ୟ ବ୍ୟକ୍ତିଙ୍କ ପ୍ରବେଶ, ନିବାସ ଓ ଉଚ୍ଛେଦ ନେଇ ନିୟମ ବି ପ୍ରଣୟନ କରିପାରେ ।

ଏହି ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ୨୦୧୬ରେ ତତ୍କାଳୀନ ମନ୍ତ୍ରୀ କିରଣ ରିଜିଜୁଙ୍କ ଗୃହରେ ରଖିଥିବା ତଥ୍ୟର ଉଦାହରଣ ଦେବାକୁ ଯାଇ କହିଥିଲେ, ସେତେବେଳେ ଦେଶରେ ୨ କୋଟି ବାଂଲାଦେଶୀ ଅନୁପ୍ରବେଶକାରୀ ବସବାସ କରୁଥିଲେ । ଏହା ପୁରା ରେକର୍ଡ ରହିଛି । ଏହାକୁ ନେଇ ଗୃହକୁ କିଛି ଉଦାହରଣ ଦେବାକୁ ସାଂସଦ ଅପରାଜିତା କହିଥିଲେ, କାହିଁକି ଏ ବିଲ୍ ସମସ୍ତେ ଜାଣିବା ଆବଶ୍ୟକ ଏ ବିଲ୍ ବର୍ତ୍ତମାନ ସମୟର ଆବଶ୍ୟକତା। ବିଦେଶୀ ନାଗରିକ ଓ ଶରଣାର୍ଥୀଙ୍କ ସମ୍ପର୍କରେ ଆମ ଦେଶରେ ୪ଟି ଆଇନ ରହିଛି। ସେଗୁଡିକ ହେଉଛି ଦି ଫରେନର ଆକ୍ଟ ୧୯୪୬, ଦି ଇମିଗ୍ରେସନ ଆକ୍ଟ ୨୦୦୦, ଦି ପାସପୋର୍ଟ ଏଣ୍ଟ୍ରି ଟୁ ଇଣ୍ଡିଆ ଆକ୍ଟ ୧୯୨୦ ଓ ଦି ରେଜିଷ୍ଟ୍ରେସନ ଅଫ୍ ଫରେନରସ ଆକ୍ଟ ୧୯୩୯।

ଏ ସବୁ ସ୍ୱାଧୀନତା ପୂର୍ବ କାଳର ଆଇନ। କାହିଁକି ଏ ବିଲର ଆବଶ୍ୟକତା ତାହା ମଧ୍ୟ ଏହି ବିଲ୍ ମଧ୍ୟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ତେଣୁ ବର୍ତ୍ତମାନ ଆମକୁ ସ୍ୱାଧୀନତା ପୂର୍ବ ସମୟର ୪ଟି ଆଇନକୁ ପୁଣି ଥରେ ପୁନଃସମୀକ୍ଷା କରି, ଏକକ ବିଲ୍ ଆଣିବାର ସମୟ ଆସିଯାଇଛି। ଏହା ବଳରେ ଏହି ୪ଟି ବିଲ୍ ମଧ୍ୟରେ ରହିଥିବା ଅସମନତାକୁ ଦୂର କରି ଅଭାବକୁ ପୂରା କରିବାକୁ ହେବ। ସେଇଥିପାଇଁ ଦକ୍ଷତାର ସହିତ ଶରଣାର୍ଥୀ ଓ ବିଦେଶୀ ନାଗରିକଙ୍କ ପରିଚାଳନା ସକାଶେ ଏହି ବିଲ୍‌ର ଆବଶ୍ୟକତା ଅନେକ। ଏହି ବିଲ୍ ଆସିଲେ, କିଏ ଆମ ଦେଶରେ ରହିପାରିବ, କିଏ ଆସିପାରିବ, କିଏ ଆମ ଦେଶଛାଡ଼ି ଯାଇପାରିବ, ତାର ସ୍ପଷ୍ଟତାର ସହିତ ଆଇନ କହିପାରିବ ବୋଲି କହି, ଇମିଗ୍ରେସନ ଆଣ୍ଡ ଫରେନର୍ସ ବିଲ୍ ୨୦୨୫କୁ ସମର୍ଥନ ଜଣାଇଥିଲେ ସାଂସଦ ଅପରାଜିତା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking