18.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶବାଂଲାଦେଶରେ ପୁଣି ହୋଇପାରେ କି ସରକାର ପରିବର୍ତ୍ତନ?

ବାଂଲାଦେଶରେ ପୁଣି ହୋଇପାରେ କି ସରକାର ପରିବର୍ତ୍ତନ?

ଢାକା: ବାଂଲାଦେଶରେ ଶେଖ୍ ହସିନା ସରକାରଙ୍କ ପତ୍ତନ ପରେ ସ୍ଥିତି ଏବେ ବି ଅସମାନ୍ୟ। ଏବେ କିନ୍ତୁ ଖବର ମିଳିଛି ଯେ, ଦେଶରେ ପୁଣିଥରେ ହେବାକୁ ଯାଉଛି ସରକାର ପରିବର୍ତ୍ତନ। ସୈନିକଙ୍କୁ ଢାକାରେ ଏକାଠି ହେବାକୁ ନିର୍ଦେଶ ଦେଇଛନ୍ତି ସେନା ମୁଖ୍ୟ। ତେବେ ଏହି ନିର୍ଦେଶ କ’ଣ ପାଇଁ ତାହା ସ୍ପଷ୍ଟ ହୋଇପାରିନି। ବାଂଲାଦେଶର ଅନ୍ତରୀଣ ସରକାରଙ୍କ ଆସନ ଟଳମଳ। ନୁଆ ସରକାର ହେବାପରେ ଲାଗୁଥିଲା ଦେଶର ସ୍ଥିତିରେ ସୁଧାର ହେବ। ତେବେ ମହମ୍ମଦ ୟୁନୁସ୍ ସରକାର ଏଥିରେ ହୋଇଛନ୍ତି ସମ୍ପୂର୍ଣ୍ଣ ବିଫଳ। ତାଙ୍କ କାର୍ଯ୍ୟକାଳରେ ଭାରତ ଓ ଆମେରିକା ସହ ବାଂଲାଦେଶର ସମ୍ପର୍କ ଖରାପ ହୋଇଛି। ଏଭଳି ସ୍ଥିତିରେ ସେନା ମୁଖ୍ୟ ସୈନିକଙ୍କୁ ଢାକାରେ ଏକାଠି ହେବାକୁ ନିର୍ଦେଶ ଦେଇଛନ୍ତି। ହେଲେ କାରଣ କ’ଣ ରହିଛି ତାହା ସ୍ପଷ୍ଟ ହୋଇନି। ତେବେ ଗତ କିଛି ସପ୍ତାହର ଘଟଣାକ୍ରମ ଦେଖିଲେ ଲାଗୁଛି କିଛି ବଡ଼ ଘଟଣାର ସଙ୍କେତ ହୋଇପାରେ। ରିପୋର୍ଟ ଅନୁସାରେ, ବାଂଲାଦେଶ ସେନା ପ୍ରତ୍ୟେକ ବ୍ରିଗେଡରୁ ୧୦୦ ସୈନିକଙ୍କୁ ଢାକା ଡକାଇଛି। ତା ଛଡା ନିକଟରେ ଏଭଳି ଦୁଇଟି ଘଟଣା ଘଟିଛି, ଯାହା ପାଇଁ ଏହି ନିର୍ଦେଶ ଦିଆଯାଇପାରେ। କିଛି ଦିନ ତଳେ ଗ୍ରାମୀଣ ବିକାଶ ଓ ସହକାରିତା ମନ୍ତ୍ରଣାଳୟ ପରାମର୍ଶଦାତାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ସେ ସେ କହିଥିଲେ ସେନା ମୁଖ୍ୟ ଜେନେରାଲ ୱକାର-ଉଦ୍‌-ଜମାନ୍‌ଙ୍କ ଇଚ୍ଛା ନଥିଲା ୟୁନୁସ କ୍ଷମତାକୁ ଆସନ୍ତୁ।

ଏହା ପୂର୍ବରୁ ଛାତ୍ରନେତା ହସନାତ ଅବଦୁଲ ୧୧ ମାର୍ଚ୍ଚରେ ଜେନେରାଲ ଜମାନ୍‌ଙ୍କ ସହ ଗୁପ୍ତ ବୈଠକ କରିଥିଲେ। ପରେ ସେ ସାର୍ବଜନୀନ ରୂପରେ ସେନା ବିରୋଧରେ ଆନ୍ଦୋଳନ ଆରମ୍ଭ କରିବାର ଧମକ ଦେଇଥିଲେ। ଏଭଳି ସ୍ଥିତିରେ କୁହାଯାଉଛି ସେନା ମୁଖ୍ୟ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଅନେକ ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ସେନା ମୁଖ୍ୟ ୟୁନୁସ୍ ପ୍ରଶାସନକୁ ବାଂଲାଦେଶର ପରିସ୍ଥିତିକୁ ନିୟନ୍ତ୍ରରେ ଆଣିବାକୁ ଲଗାତାର ଚେତାବନୀ ଦେଉଛନ୍ତି। ଏଭଳି ପରିସ୍ଥିତିରେ, ଛାତ୍ର ନେତାମାନେ ଭୟ କରୁଛନ୍ତି ଯେ ସେନା ମୁଖ୍ୟ ପୁଣି ଥରେ ଶେଖ ହାସିନାଙ୍କ ଆୱାମୀ ଲିଗ୍ ପାଇଁ ବାଟ ଖୋଲୁଛନ୍ତି। ଏହି କାରଣରୁ ବାଂଲାଦେଶରେ ବର୍ତ୍ତମାନ କ୍ଷମତାରେ ଥିବା ଲୋକମାନେ ସେନାର ଛବି ଖରାପ କରିବାକୁ ଚେଷ୍ଟା କରୁଛନ୍ତି। ଏହାକୁ ଧ୍ୟାନରେ ରଖି, ଭବିଷ୍ୟତରେ ଯେକୌଣସି ବଡ଼ ଆନ୍ଦୋଳନର ମୁକାବିଲା ପାଇଁ ସେନା ମୁଖ୍ୟ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଢାକାରେ ସୈନିକଙ୍କୁ ଏକାଠି କରିବା ପାଇଁ ନିର୍ଦ୍ଦେଶକୁ ଏକ ପ୍ରସ୍ତୁତି ଭାବରେ ଦେଖାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking