29.2 C
Bhubaneswar
Thursday, April 16, 2026
Homeଓଡିଶାଭିନ୍ନ ତରିକାରେ ଗୃହରେ କଂଗ୍ରେସର ପ୍ରତିବାଦ; ଦେହରେ କଳା ପୋଷାକ, ହାତରେ ଘଣ୍ଟ, ପାଟିରେ ମହୁରୀ

ଭିନ୍ନ ତରିକାରେ ଗୃହରେ କଂଗ୍ରେସର ପ୍ରତିବାଦ; ଦେହରେ କଳା ପୋଷାକ, ହାତରେ ଘଣ୍ଟ, ପାଟିରେ ମହୁରୀ

– ଦିନ ତମାମ ସୁରୁଖୁରୁରେ ଚାଲିପାରିଲା ନାହିଁ ଗୃହ
– ଗାନ୍ଧୀ ମୂର୍ତ୍ତୀ ତଳେ ବି କଳା ପୋଷାକ ପିନ୍ଧି ଧାରଣା

ଭୁବନେଶ୍ୱର : ଦେହରେ କଳା ପୋଷାକ। ହାତରେ ଘଣ୍ଟ। ପାଟିରେ ମହୁରୀ। ଭିନ୍ନ ତରିକାରେ କଂଗ୍ରେସର ଏଭଳି ପ୍ରତିବାଦ କରିବା ଯୋଗୁଁ ବିଧାନସଭା ହୁଳସ୍ତୁଲ ହୋଇଥିଲା। ପୂର୍ବ ଭଳି ଅନୁରୂପ ନାରୀ ନିର୍ଯ୍ୟାତନା ବୃଦ୍ଧି ପ୍ରସଙ୍ଗରେ ଗୃହ କମିଟି ଦାବି। ଫଳରେ ଦିନ ତମାମ ସୁରୁଖୁରୁରେ ଚାଲିପାରି ନଥିଲା ଗୃହ। ସର୍ବଦଳୀୟ ବୈଠକ ହୋଇଥିଲେ ହେଁ ଫଳ ଶୂନ ରହିଥିଲା। ଅନ୍ୟପଟେ ପୂର୍ବ ଦାବିରେ ଅଟ୍ଟଳ ରହି ଗାନ୍ଧୀ ମୂର୍ତ୍ତୀ ତଳେ ଧାରଣା ଦେଇଥିଲେ କଂଗ୍ରେସ ସଭ୍ୟ। ଏତିକି ଭିନ୍ନ ଥିଲା ଏଥର କଳା ପୋଷାକ ପିନ୍ଧି ସେମାନେ ପ୍ରତିବାଦ କରିଥିଲେ।

ଶୁକ୍ରବାର ଧାର୍ଯ୍ୟ ସାଢ଼େ ଦଶର ଗୃହକାର୍ଯ୍ୟକୁ ପରିଚାଳନା ପାଇଁ ନିଜ ଆସନକୁ ବାଚସ୍ପତି ସୁରମା ପାଢ଼ୀ ଆସିବା କ୍ଷଣି କଂଗ୍ରେସ ସଭ୍ୟମାନେ ଗୃହ ମଝିରେ କଳା ପୋଷାକ ପିନ୍ଧି ଘଣ୍ଟ ବଜାଇ ହୋହାଲ୍ଲା କରିଥିଲେ। ନାରୀ ସୁରକ୍ଷାକୁ ନେଇ ବାରମ୍ବାର କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଚାଲିପାରିନଥିଲା। ବାଧ୍ୟ ହୋଇ ବାଚସ୍ପତି ଶ୍ରୀମତୀ ପାଢ଼ୀ ପ୍ରଥମେ ସାଢ଼େ ୧୧.୩୦ ଯାଏଁ ଗୃହକୁ ମୁଲତବି କରିଥିଲେ। ଗୃହ ଖୋଲିବା ପରେ ପୁଣି ଅନୁରୂପ ସ୍ଥିତି ସୃଷ୍ଟି ହେବାରୁ ପୁଣି ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ।

ହେଲେ ସଫଳ ହୋଇନଥିଲା। କଂଗ୍ରେସ ସଭ୍ୟ ପୂର୍ବପରି ଘଣ୍ଟ ବାଡ଼ାଇଥିଲେ। ପୂର୍ବାହ୍ନ ବୈଠକ ପରି ଅପରାହ୍ନ ବୈଠକରେ ହଙ୍ଗାମା କରିଥିଲେ ବିରୋଧୀ କଂଗ୍ରେସ ସଭ୍ୟ। ମାତ୍ର ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍ ନିଷ୍ପତ୍ତି ଘୋଷଣା କରୁଥିଲାବେଳେ କଂଗ୍ରେସ ସଭ୍ୟ କକ୍ଷତ୍ୟାଗ କରି ଚାଲିଯାଇଥିଲେ। ଉଲ୍ଲେଖନୀୟ ଯେ, ଗତ ବୁଧବାର ବିରୋଧୀ କଂଗ୍ରେସ ସଭ୍ୟମାନେ ନାରୀ ନିର୍ଯ୍ୟାତନା ବୃଦ୍ଧି ପ୍ରସଙ୍ଗରେ ଗୃହ କମିଟି ଦାବି କରି ଗୃହ ମଝିରେ ହାତରେ କଳା ପଟି ବାନ୍ଧି ପ୍ଲାକାର୍ଡ଼ ଧରି ହଟ୍ଟଗୋଳ କରିବା ସହ ନାରାବାଜି ଦେଇଥିଲାବେଳେ ଗୁରୁବାର ହ୍ୱୁସିଲ ମାରି ପ୍ରତିବାଦ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking