23.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ମିରଟ୍‌: ମିରଟରେ ଜଣେ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ନିଜ ସ୍ୱାମୀକୁ ହତ୍ୟା କରିବା ପରେ ମୃତଦେହକୁ ୧୫ଖଣ୍ଡ କରି ଏକ ଡ୍ରମରେ ଭର୍ତ୍ତି କରି ସିମେଣ୍ଟରେ ପ୍ଲାଷ୍ଟର କରିଦେଇଥିବା ଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ସମ୍ପର୍କରେ ଜଣାପଡ଼ିଛି। ପୁଲିସର ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ପତ୍ନୀ ତାଙ୍କ ପ୍ରେମିକଙ୍କ ସହିତ ମିଶି ପ୍ରଥମେ ତାଙ୍କ ସ୍ୱାମୀଙ୍କୁ ନିଦ ବଟିକା ଦେଇଥିବା, ସ୍ୱାମୀ ନିଦରେ ଶୋଇଯିବା ପରେ ଏକ ଛୁରୀରେ ଗଳାକାଟି ହତ୍ୟା କରିବା ଏବଂ ପରେ ପ୍ରମାଣ ଲୁଚାଇବାକୁ ଯାଇ ମୃତଦେହକୁ ଖଣ୍ଡ ଖଣ୍ଡ କରି ଏକ ଡ୍ରମରେ ରଖି ସିମେଣ୍ଟରେ ସିଲ୍ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତ ସ୍ତ୍ରୀଙ୍କ ନାମ ମୁସ୍କାନ ହୋଇଥିବା ବେଳେ ତାଙ୍କ ପ୍ରେମିକଙ୍କ ନାମ ସାହିଲ୍ ଶୁକ୍ଳା ବୋଲି ପୁଲିସ୍ ଜାଣିବାକୁ ପାଇଛି। ଉଭୟଙ୍କୁ ଗିରଫ କରି ପୁଲିସ୍ ପ୍ରଥମେ କୋର୍ଟରେ ହାଜର କରାଇଥିବା ବେଳେ କୋର୍ଟ ନିର୍ଦ୍ଦେଶରେ ଏମାନଙ୍କୁ ଜେଲ୍ ପଠାଇଦିଆଯାଇଛି। ମୃତ ଯୁବକଙ୍କ ନାମ ସୌରଭ ରାଜପୁତ୍ (୨୯ ବର୍ଷ) ବୋଲି ଚିହ୍ନଟ କରାଯାଇଛି। ସୌରଭ ଆମେରିକୀୟ ସିପିଂ କମ୍ପାନୀରେ ମର୍ଚ୍ଚାଣ୍ଟ ନେଭି ଅଫିସର ଭାବେ କାମ କରୁଥିଲେ। ତେବେ ଗତ ଫେବ୍ରୁଆରି ୨୪ ତାରିଖରେ ତାଙ୍କ ୬ବର୍ଷର ଝିଅର ଜନ୍ମଦିନ ପାଳନ କରିବାକୁ ସୌରଭ ଭାରତ ଆସିଥିଲେ। ଏହି ସମୟରେ ହିଁ ସୌରଭ୍‌ଙ୍କୁ ମୁସ୍କାନ ଏବଂ ସାହିଲ ଯୋଜନା ବଦ୍ଧ ଭାବେ ହତ୍ୟା କରିଛନ୍ତି। ତେବେ ଯେତେବେଳେ ଆଖପାଖ ଲୋକମାନେ ସୌରଭଙ୍କ ବିଷୟରେ ପଚାରିବା ଆରମ୍ଭ କଲେ, ମୁସ୍କାନ ଲୋକମାନଙ୍କୁ କହିଥିଲେ ଯେ ତାଙ୍କ ସ୍ୱାମୀ ବୁଲିବାକୁ ଯାଇଛନ୍ତି।

ଏହାକୁ ସତ ବୋଲି ପ୍ରମାଣ କରିବା ପାଇଁ ମୁସ୍କାନ ଏବଂ ସାହିଲ ମୃତ ସୌରଭଙ୍କ ଫୋନ୍ ଧରି ହିମାଚଳ ପ୍ରଦେଶକୁ ବୁଲିବାକୁ ଯାଇଥିଲେ। ଏହା ସହ ମୁସ୍କାନ, ସୌରଭଙ୍କ ଫୋନରୁ କିଛି ଭିଡିଓ ବି ଅପଲୋଡ କରିଥିଲେ। କିନ୍ତୁ ସୌରଭଙ୍କ ପରିବାର ଲୋକଙ୍କୁ ସନ୍ଦେହ ହେବାରୁ ସେମାନେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଦୁହିଁଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା। ପୁଲିସ୍ ଅଭିଯୁକ୍ତଙ୍କ ବୟାନ ଆଧାରରେ ଡ୍ରମ୍ କାଟି ସୌରଭଙ୍କ ମୃତଦେହକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି। ସୌରଭ ଏବଂ ମୁସ୍କାନ୍‌ଙ୍କ ମଧ୍ୟରେ ୨୦୧୬ରେ ପ୍ରେମ ବିବାହ ହୋଇଥିଲା। ବିବାହ ପୂର୍ବରୁ ସୌରଭ୍ ମର୍ଚ୍ଚାଣ୍ଟ ନେଭିରେ କାମ କରୁଥିଲେ। ଏହି କାରଣରୁ ଅଧିକାଂଶ ସମୟ ସେ ଘର ଠାରୁ ଦୂରେଇ ରହୁଥିଲେ। ଅନ୍ୟପକ୍ଷେ ସୌରଭଙ୍କ ବନ୍ଧୁ ସାହିଲ୍ ବାରମ୍ବାର ସୌରଭ୍‌ଙ୍କ ଘରକୁ ଯାଆସ କରୁଥିଲେ। ସୌରଭଙ୍କ ଅନୁପସ୍ଥିତି ମୁସ୍କାନ୍‌ଙ୍କୁ ସାହିଲଙ୍କ ପ୍ରତି ଆକୃଷ୍ଟ କରିଥିଲା। ପରେ ଉଭୟ ପରକୀୟ ପ୍ରୀତିରେ ମାତିଥିଲେ ଏବଂ ସୌରଭଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଷଡଯନ୍ତ୍ର କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking