21.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଚିନ୍ତାଜନକ ଆଇସିଏମ୍‌ଆର୍ ଷ୍ଟଡି ରିପୋର୍ଟ: ନଦୀ, ନାଳ ନିକଟସ୍ଥ ଲୋକଙ୍କ ପ୍ରତି କ୍ୟାନସର ବିପଦ ସର୍ବାଧିକ

ଚିନ୍ତାଜନକ ଆଇସିଏମ୍‌ଆର୍ ଷ୍ଟଡି ରିପୋର୍ଟ: ନଦୀ, ନାଳ ନିକଟସ୍ଥ ଲୋକଙ୍କ ପ୍ରତି କ୍ୟାନସର ବିପଦ ସର୍ବାଧିକ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ମେଡିକାଲ ପ୍ୟାନେଲ୍‌, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟକୁ ନେଇ ଚିନ୍ତା ବଢ଼ିଯାଇଛି। ଆଇସିଏମ୍‌ଆର୍‌ର ଏହି ରିପୋର୍ଟରେ ନଦୀ, ନାଳ ନିକଟସ୍ଥ ଲୋକଙ୍କ ପ୍ରତି କ୍ୟାନସର ବିପଦ ସର୍ବାଧିକ ରହିଥାଏ ବୋଲି ଦର୍ଶାଯାଇଛି। ଆଇସିଏମ୍‌ଆର୍ ପକ୍ଷରୁ ଏନେଇ କରାଯାଇଥିବା ଏକ ସର୍ଭେରୁ ଏପ୍ରକାର ରେଜଲ୍ଟ ସାମ୍ନାକୁ ଆସିଛି ବୋଲି ରିପୋର୍ଟରେ ଦାବି କରାଯାଇଛି। ଇଣ୍ଡିଆନ୍ ଏକାଡେମୀ ଅଫ୍ ସାଇନ୍ସରେ ପ୍ରକାଶିତ ଏହି ଅଧ୍ୟୟନରୁ ଜଣାପଡିଛି ଯେ, ନଦୀ ନାଳ ନିକଟରେ ରହୁଥିବା ଲୋକମାନେ କର୍କଟ ରୋଗରେ ପୀଡିତ ହେବାର ସମ୍ଭାବନା ସର୍ବାଧିକ ରହିଥାଏ। ଏହି ଅଞ୍ଚଳଗୁଡ଼ିକରେ ପ୍ରବାହିତ ଜଳରେ ବିପଦ ପରିମାଣ ନିରାପଦ ସୀମା ଅତିକ୍ରମ କରିଛି, ଯାହା ଗୁରୁତର ସ୍ୱାସ୍ଥ୍ୟ ଚିନ୍ତାର କାରଣ ସାଜିଛି। ରିପୋର୍ଟରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ଅନୁମୋଦିତ ସୀମା ଅତିକ୍ରମ କରିଥିବା ପାଣିରେ ସୀସା, ଲୁହା ଏବଂ ଆଲୁମିନିୟମର ଉଚ୍ଚ ସ୍ତର ଚିହ୍ନଟ ହୋଇଥିବା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି।

ଦେଶରେ କ୍ୟାନସର ରୋଗ, ଏବଂ ଏଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କୀତ ଆଗତ ଏକ ପ୍ରଶ୍ନ ଉପରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବ ମଧ୍ୟ ଗତକାଲି ଅର୍ଥାତ୍ ମାର୍ଚ୍ଚ ୧୧ରେ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହା କହିଛନ୍ତି। କ୍ୟାନସର୍ ଚିକିତ୍ସାରେ ଉନ୍ନତି ଆଣିବା ପାଇଁ, କେନ୍ଦ୍ର ସରକାର ସ୍ୱାସ୍ଥ୍ୟସେବା ସୁବିଧାକୁ ସୁଦୃଢ଼ କରୁଛନ୍ତି ବୋଲି ରାଷ୍ଟ୍ରମନ୍ତ୍ରୀ ଦୃଢ଼ୋକ୍ତି କରିଛନ୍ତି। ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ୟାନସର ନିରାକରଣ ଦିଗରେ ଗ୍ରହଣ କରାଯାଇଥିବା ବିଭିନ୍ନ ସ୍ୱାସ୍ଥ୍ୟସେବାଜନିତ ପଦକ୍ଷେପ ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିଛନ୍ତି। ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, କମ୍ ମୂଲ୍ୟରେ ଜେନେରିକ୍ ଔଷଧ ଯୋଗାଇବା ପାଇଁ ୧୫,୦୦୦ ରୁ ଅଧିକ ଜନୌଷଧି କେନ୍ଦ୍ର ସ୍ଥାପନ କରାଯାଇଛି। ଏହି ଯୋଜନା ଅଧୀନରେ ପ୍ରାୟ ୮୭ଟି କର୍କଟ ରୋଗ ସମ୍ବନ୍ଧୀୟ ଔଷଧ ଉପଲବ୍ଧ। ଅମୃତ ଫାର୍ମାସୀ ୫୦% ପର୍ଯ୍ୟନ୍ତ ରିହାତିରେ ଔଷଧ ପ୍ରଦାନ କରୁଛନ୍ତି। ସେହିପରି କେନ୍ଦ୍ର ସରକାର ଅଣ-ସଂକ୍ରମିତ ରୋଗ ନିବାରଣ ଏବଂ ନିୟନ୍ତ୍ରଣ ପାଇଁ ଜାତୀୟ କାର୍ଯ୍ୟକ୍ରମ (ଏନ୍‌ପି-ଏନ୍‌ସିଡି) ଅଧୀନରେ ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ ଏବଂ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ କର୍କଟ ରୋଗକୁ ରୋକିବା ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏପର୍ଯ୍ୟନ୍ତ, ୭୭୦ଟି ଜିଲ୍ଲା ଏନ୍‌ସିଡି କ୍ଲିନିକ୍ ଏବଂ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୬,୪୧୦ଟି ଏନ୍‌ସିଡି କ୍ଲିନିକ୍ ସ୍ଥାପନ କରାଯାଇଛି। ଏତେ ସବୁ ସତ୍ତ୍ୱେ ନଦୀ ନାଳ ଜଳରେ ମିଳୁଥିବା ଏସବୁ ଧାତୁ ମଣିଷ ଶରୀରରେ କ୍ୟାନସର ରୋଗ ସୃଷ୍ଟିର କାରଣ ହେବା ଜନିତ ସତ୍ୟତାକୁ ଏଡାଇ ଦିଆଯାଇପାରିବନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking