25.1 C
Bhubaneswar
Saturday, December 6, 2025
Homeଓଡିଶାବିଧାୟକ ସାରଦା ପ୍ରଧାନଙ୍କ ଗିରଫ ଦାବୀ କଲା ବିଜେଡି

ବିଧାୟକ ସାରଦା ପ୍ରଧାନଙ୍କ ଗିରଫ ଦାବୀ କଲା ବିଜେଡି

– ବିଧାୟକଙ୍କ ସମର୍ଥକଙ୍କ ଦୌରାତ୍ମ୍ୟ ବୃଦ୍ଧି
– ରକ୍ଷକ ସାଜିଛି ଭକ୍ଷକ
– ରାଜ୍ୟରେ ମହିଳା ଅସୁରକ୍ଷିତର ଜ୍ୱଳନ୍ତ ଉଦାହରଣ

ଭୁବନେଶ୍ୱର: ରାଜ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହେଉଥିବା ବେଳେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଡାମରାଇ ପଞ୍ଚାୟତର ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ ସୋନାଲି ପ୍ରିୟଦର୍ଶିନୀ ରାଉତଙ୍କ ଉପରେ ସ୍ଥାନୀୟ ବିଧାୟକଙ୍କ ସମର୍ଥକଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣ ଘଟଣାକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରିଛି। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବିଜେପି ସରକାରଙ୍କ ଶାସନ କାଳରେ ମହିଳା ମାନେ ସୁରକ୍ଷିତ ନୁହଁନ୍ତି ବୋଲି ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଅଭିଯୋଗ କରିବାର କିଛି ଘଣ୍ଟା ବ୍ୟବଧାନରେ ଏହି ଘଟଣା ଘଟିଥିଲା।

ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ଗତ କାଲି ପୋଡାମରାଇ ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ସୋନାଲି ପ୍ରିୟଦର୍ଶିନୀ ରାଉତ ନିଜ ଘରେ ଥିବା ସମୟରେ ମାହାଙ୍ଗା ବିଧାୟକ ଶ୍ରୀ ଶାରଦା ପ୍ରଧାନଙ୍କ ଚାରି ଜଣ ସମର୍ଥକ ତାଙ୍କ ଘରେ ପଶି ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ବିଧାୟକ ଶ୍ରୀ ଶାରଦା ପ୍ରଧାନଙ୍କ ବିରୋଧରେ ଗଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ଦେବା ସହିତ ତାଙ୍କ ମୁହଁକୁ କାନ୍ଥରେ ପିଟି ଦେଇଥିଲେ। ତାଛଡା, ତାଙ୍କ ମଙ୍ଗଳ ସୂତ୍ର ଟାଣି ଛିଣ୍ଡାଇ ଦେଇଥିଲେ। ଏହି ଦୁର୍ବୃତ୍ତ ମାନଙ୍କ ଆକ୍ରମଣରେ ଆହତ ହୋଇ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିଲେ। ଡ଼ ସାମନ୍ତସିଂହାର କହିଥିଲେ, ଶ୍ରୀ ଶାରଦା ପ୍ରଧାନ ମାହାଙ୍ଗାର ବିଧାୟକ ଭାବେ ନିର୍ବାଚିତ ହେବା ପରଠାରୁ ତାଙ୍କ ସମର୍ଥକ ମାନଙ୍କ ଉତ୍ପାତ କାରଣରୁ ମାହାଙ୍ଗା ଅଶାନ୍ତ ହୋଇ ପଡିଛି। ବିଜୁ ପଟ୍ଟନାୟକଙ୍କ ଜୟନ୍ତୀର ପୂର୍ବ ସନ୍ଧ୍ୟାରେ ବିଧାୟକଙ୍କ ସମର୍ଥକଙ୍କ ଦ୍ୱାରା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ମୁଣ୍ଡ କାଟି ଦିଆ ଯାଇଥିଲା, ଯାହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ୱାଧୀନ ବିଧାୟକ ଶ୍ରୀ ଶାରଦା ପ୍ରଧାନଙ୍କ ବିଜେପି ସହିତ କି ସମ୍ପର୍କ ରହିଛି, ତାହା ସମସ୍ତେ ଭଲ ଭାବେ ଜାଣନ୍ତି। ଏବେ, ସମିତି ସଭ୍ୟାଙ୍କ ଉପରେ ବିଧାୟକଙ୍କ ସମର୍ଥକଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣ ରକ୍ଷକ ଭକ୍ଷକ ସାଜିବା ସଦୃଶ୍ୟ ହୋଇଛି। ଏହି ଘଟଣାରୁ ରାଜ୍ୟରେ ମହିଳା ମାନେ କେତେ ସୁରକ୍ଷିତ ଅଛନ୍ତି, ତାହାର ପ୍ରମାଣ ମିଳୁଛି। ଏହି ଘଟଣାକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରିବା ସହିତ ବିଧାୟକ ଶ୍ରୀ ଶାରଦା ପ୍ରଧାନଙ୍କ ଗିରଫ ଦାବୀ କରୁଛି ବୋଲି ଡ଼ ସାମନ୍ତସିଂହାର କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking