32.1 C
Bhubaneswar
Sunday, March 22, 2026
Homeଓଡିଶାରେକର୍ଡ ଭାଙ୍ଗିଲା ମାର୍ଚ୍ଚ ଆରମ୍ଭରୁ ତାତି; ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

ରେକର୍ଡ ଭାଙ୍ଗିଲା ମାର୍ଚ୍ଚ ଆରମ୍ଭରୁ ତାତି; ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ସ୍ଥିତି ଅସମ୍ଭାଳ। ଉପର ମୁହାଁ ହେଲାଣି ପାରଦ। ସକାଳୁ ସକାଳୁ ତାତି ବଢ଼ୁଛି। ଶନିବାର ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ୩୭.୪ ଡିଗ୍ରୀ ଛୁଇଁଛି ପାରଦ। ସମ୍ବଲପୁର ତାପମାତ୍ରା ମଧ୍ୟ ୩୬.୮ ଡିଗ୍ରୀ ରହିଛି। ରେକର୍ଡ ଭାଙ୍ଗିଛି ଚଳିତବର୍ଷ ମାର୍ଚ୍ଚ ମାସ ଆରମ୍ଭରୁ ତାତି। ଭାରତୀୟ ପାଣିପାଗ ବିଭାଗ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଏହାର ପାଣିପାଗ ପୂର୍ବାନୁମାନରେ କହିଛି ଯେ ଦକ୍ଷିଣ ଭାରତୀୟ ରାଜ୍ୟ ଏବଂ କିଛି ଉତ୍ତର-ପୂର୍ବ ରାଜ୍ୟର କିଛି ଅଞ୍ଚଳକୁ ଛାଡ଼ି ଦେଲେ, ମଧ୍ୟ ଏବଂ ଉତ୍ତର ଭାରତରେ ରେକର୍ଡ ଭଙ୍ଗା ଗରମ ଅନୁଭୂତ ହେବ। ଏହି ଅଞ୍ଚଳଗୁଡ଼ିକରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ସେହି ସମୟରେ, ଉତ୍ତର, ଦକ୍ଷିଣ ଏବଂ ପୂର୍ବ ରାଜ୍ୟଗୁଡ଼ିକୁ ଛାଡି ସମଗ୍ର ଭାରତରେ ଗରମ ପ୍ରବାହ ଅନୁଭୂତ ହେବ। ୭ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ନଥିବାବେଳେ ୧ରୁ ୨ ଡିଗ୍ରୀ ତାପମାତ୍ରା ବଢିପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, “ମାର୍ଚ୍ଚରୁ ମେ’ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ପ୍ରଚଣ୍ଡ ହେବ। ସ୍ୱାଭାବିକଠାରୁ ତାପମାତ୍ରା ଅଧିକ ରହିବ। ଗ୍ରୀଷ୍ମ ପ୍ରବାହର ଦିନ ସଂଖ୍ୟା ବି ବଢ଼ିବ।

ମାର୍ଚ୍ଚ ମାସରେ ଗ୍ରୀଷ୍ମପ୍ରବାହ ସ୍ୱାଭାବିକଠାରୁ ୨ ରୁ ୩ ଦିନ ଅଧିକ ରହିବ। ଏପ୍ରିଲ୍ ଏବଂ ମେ’ ମାସରେ ବି ଅହେତୁକ ଭାବରେ ତାପମାତ୍ରା ବଢ଼ିବ। ସ୍ୱାଭାବିକଠାରୁ ୬ରୁ ୧୦ ଡିଗ୍ରୀ ମଧ୍ୟରେ ଅଧିକ ରହିପାରେ ପାରଦ। ବିଶେଷ କରି ପଶ୍ଚିମ ଓଡ଼ିଶାର ନୂଆପଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିବ। ଏହାବ୍ୟତୀତ ରାଜ୍ୟର ଅନ୍ୟ ଅଞ୍ଚଳଗୁଡିକରେ ତାପମାତ୍ରା ସ୍ୱାଭାବିକରୁ ସାମାନ୍ୟ ଅଧିକ ରହିବାର ସମ୍ଭାବନା ରହିଛି। ମାର୍ଚ୍ଚରେ କାଳବୈଶାଖୀ ବର୍ଷାହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଯଦି ତାପମାତ୍ରା ଉପରେ ନଜର ପକାଇବା ତେବେ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରହିଛି। ଏଠାରେ ସର୍ବାଧିକ ତାପମାତ୍ରା ୩୭ଡିଗ୍ରୀ ରହିଥିଲା। ଅନ୍ୟପଟେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ରହିଛି। ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking