31.1 C
Bhubaneswar
Wednesday, February 11, 2026
Homeଓଡିଶାବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି: ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ

ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି: ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ

କଟକ: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱରା ପରିଚାଳିତ ଚଳିତ ମାଟ୍ରିକ ପରୀକ୍ଷାର ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଦେଖାଦେଇଛିା ବିଜ୍ଞାନ ସି-ସେଟ୍‌ର କେତେକ ପ୍ରଶ୍ନପତ୍ରରେ ୪ ନମ୍ବର କମ୍ ଥିବା ଜଣାପଡଛିି। ଅର୍ଥାତ ଏହିସବୁ ପ୍ରଶ୍ନ ପତ୍ରରେ ୪ ନମ୍ବରର ସଂକ୍ଷିପ୍ତ ପ୍ରଶ୍ନଟି ଉଭାନ ହୋଇ ଯାଇଛି। ତେବେ ବିଜ୍ଞାନ ସି-ସେଟ୍‌ର ଅନ୍ୟ କେତେକ ପ୍ରଶ୍ନପତ୍ରରେ ଉକ୍ତ ୪ନମ୍ବର ବିଶିଷ୍ଠ ପ୍ରଶ୍ନଟି ରହିଛି। ପ୍ରଶ୍ନପତ୍ର ପ୍ରିଣ୍ଟିଂରେ ତୃଟି ରହିଥିବାର ସ୍ପଷ୍ଟ ଜଣାପଡୁଛି। ତେବେ ଏହି ତ୍ରୁଟିକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ନାନା ଆଶଙ୍କା ପ୍ରକାଶ ପାଇଛି। କେତତେକ ସ୍ଥାନରେ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକମାନେ ପରୀକ୍ଷା କେନ୍ଦ୍ର ନିକଟରେ ପ୍ରତିବାଦ କରିଥିବା ଖବର ମିଳିଛି । ବିଜ୍ଞାନ ସି-ସେଟ୍‌ର ଥିବା ତ୍ରୁଟିକୁ ବୋର୍ଡ଼ ସଭାପତି ଶ୍ରୀକାନ୍ତ ତରାଇ ସ୍ୱୀକାର କରିଛନ୍ତି । ବିଜ୍ଞାନ ସି-ସେଟରେ ୪ ମାର୍କ ପ୍ରଶ୍ନ ମିସ୍ ପ୍ରିଣ୍ଟ ହୋଇଛି। ଏହା ଦ୍ୱାରା କୌଣସି ଛାତ୍ରଛାତ୍ରୀଙ୍କର କ୍ଷତି ହେବେନି । ମୂଲ୍ୟାୟନ କମିଟି ଏ ନେଇ ବିଚାର କରି ନିଷ୍ପତ୍ତି ନେବ । ମୋ ପକ୍ଷରୁ ପିଲାଙ୍କୁ ଆଶ୍ୱସ୍ତି କରୁଛି ବୋଲି ବୋର୍ଡ଼ ସଭାପତି ଶ୍ରୀ ତରାଇ କହିଛନ୍ତି । ଅପରପକ୍ଷେ ଆଜି କପି କରି ୧୧ଜଣ ପରୀକ୍ଷାର୍ଥୀ ଧରା ପଡ଼ିଛନ୍ତି ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କିଛି ସ୍ଥାନରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବାର ଅଭିଯୋଗକୁୁ ବୋର୍ଡ଼ କର୍ତ୍ତୃପକ୍ଷ ଖାରଜ କରିଛନ୍ତି । ଭାଇରାଲ ନେଇ ବୋର୍ଡ଼ ପାଖରେ କୌଣସି ଅଭିଯୋଗ ନାହିଁ ବୋଲି ଶ୍ରୀ ତରାଇ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking