24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶ୧.୮୪ ଲକ୍ଷ କୋଟିରେ ପହଁଚିଲା ଜିଏସଟି ଆଦାୟ

୧.୮୪ ଲକ୍ଷ କୋଟିରେ ପହଁଚିଲା ଜିଏସଟି ଆଦାୟ

ନୂଆଦିଲ୍ଲୀ: ଦେଶର ମୋଟ ସାମଗ୍ରୀ ଓ ସେବା ଟିକସ – ଜିଏସଟି ଆଦାୟ ଫେବ୍ରୁଆରିରେ ୯.୧% ବୃଦ୍ଧି ପାଇ ୧.୮୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଫେବୃଆରୀରେ ଲଗାତାର ଦ୍ୱାଦଶ ମାସରେ ୧.୭ ଲକ୍ଷ କୋଟିରୁ ଅଧିକ ଜିଏସଟି ଆଦାୟ ହୋଇଛି।ସୂଚନା ଅନୁଯାୟୀ କେନ୍ଦ୍ରୀୟ ଜିଏସଟି ବାବଦକୁ ୩୫ ହଜାର ୨୦୪ କୋଟି ଟଙ୍କା, ରାଜ୍ୟ ଜିଏସଟି ବାବଦକୁ ୪୩ ହଜାର ୭୦୪ କୋଟି ଟଙ୍କା, ସମନ୍ୱିତ ଜିଏସଟି ବାବଦକୁ ୯୦ ହଜାର ୮୭୦ କୋଟି ଟଙ୍କା ଏବଂ କ୍ଷତିପୂରଣ ସେସ୍ ବାବଦକୁ ୧୩ ହଜାର ୮୬୮ କୋଟି ଟଙ୍କା ରହିଛି। ସେହିପରି ଫେବୃଆରୀ ମାସରେ ମୋଟ ୨୦ ହଜାର ୮୮୯ କୋଟି ଟଙ୍କା ଫେରସ୍ତ କରାଯାଇଛି। ଫେରସ୍ତରେ ରିହାତି ଦେବା ପରେ ଫେବୃଆରୀରେ ନିଟ୍ ଜିଏସଟି ଆଦାୟ ୮.୧% ବୃଦ୍ଧି ପାଇ ପ୍ରାୟ ୧.୬୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ମୋଟ ଜିଏସଟି ରାଜସ୍ୱ ମଧ୍ୟରେ ଘରୋଇ ରାଜସ୍ୱ ୧୦.୨% ବୃଦ୍ଧି ପାଇ ୧.୪୨ ଲକ୍ଷ କୋଟି ଟଙ୍କା ଏବଂ ଆମଦାନୀରୁ ରାଜସ୍ୱ ୫.୪% ବୃଦ୍ଧି ପାଇ ୪୧ ହଜାର ୭୦୨ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୪ ଫେବୃଆରୀରେ ମୋଟ ଜିଏସଟି ରାଜସ୍ୱ ୧.୬୮ ଲକ୍ଷ କୋଟି ଥିଲା। ଚଳିତ ବର୍ଷ ଜାନୁଆରୀରେ ଜିଏସଟି ଆଦାୟ ୧.୯୬ ଲକ୍ଷ କୋଟି ଟଙ୍କା ଥିବା ବେଳେ ବାର୍ଷିକ ୧୨.୩% ବୃଦ୍ଧି ଘଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking