24.1 C
Bhubaneswar
Tuesday, February 10, 2026
Homeଓଡିଶାଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ: ସଂସ୍କୃତି ମନ୍ତ୍ରୀ

ଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ: ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର: “ଓଡ଼ିଶା ହେଉଛି ସମୃଦ୍ଧ କଳା ଓ ସଂସ୍କୃତିର ଭୂମି। ଭାରତର ସ୍ୱାଧୀନତା ସଂଗ୍ରାମ ଓ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ କରିବାରେ ଅନେକ ବରପୁତ୍ରମାନଙ୍କର ଅତୁଳନୀୟ ଅବଦାନ ରହିଛି। ସେହି ବରପୁତ୍ରମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ଆଦର୍ଶରେ ଯୁବପିଢ଼ି ଅନୁପ୍ରାଣିତ ହୁଅନ୍ତୁ। ଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ ହେଉ, ବୋଲି କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଆଜି ଅଭିଲେଖ ସପ୍ତାହ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ହେଉଛି ଆମ ପରିଚୟ। ଏହା ଆମ ସ୍ୱାଭିମାନ। ଓଡ଼ିଆ ଭାଷାକୁ ଏକ ସ୍ୱତନ୍ତ୍ର ଭାଷାର ପରିଚୟ ଦେବା ନିମନ୍ତେ ବହୁ ସାରସ୍ୱତ ସାଧକଙ୍କର ଅବଦାନ ରହିଛି। ଆଗକୁ ଆମ ଭାଷାକୁ ଆମେ ଯେପରି ଡିଜିଟାଲ କ୍ଲାଉଡ଼ରେ ଅନ୍ତର୍ଭୁକ୍ତ କରାଇବା ତାହା ଆମର ଲକ୍ଷ୍ୟ ହେବା ଉଚିତ। ଏଥିସହ ମନ୍ତ୍ରୀ ଶ୍ରୀ ସୂରଜ ଓଡ଼ିଶାର ସାଧ୍ୱୀନତା ସଂଗ୍ରାମର ସ୍ୱର୍ଣ୍ଣିମ ଇତିହାସ ଓ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବଳିଷ୍ଠ ଅବଦାନ ସମ୍ବନ୍ଧରେ ଆଲୋକପାତ କରିଥିଲେ।

ଆଜିଠାରୁ ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ଅଭିଲେଖ ସପ୍ତାହ ପାଳନ ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ “ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିସହିତ ସ୍ୱାଧୀନତା ସଂଗ୍ରାମୀ ସୋମନାଥ ଶତପଥିଙ୍କ ହାତଲେଖା ଡାଏରୀ ଏବଂ ନଥିପତ୍ରକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଇଥିଲା, ଯାହା ଆଗାମୀ ୭ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମନ୍ତ୍ରୀ ଶ୍ରୀ ସୂରଜ ପ୍ରଦର୍ଶନୀ କକ୍ଷକୁ ବୁଲି ଦେଖିବା ସହ ସମସ୍ତ ଜନସାଧାରଣମାନେ ଆଗାମୀ ଦିନରେ ଏହି ପ୍ରଦର୍ଶନୀ କକ୍ଷ ବୁଲି ଦେଖନ୍ତୁ ବୋଲି ମତପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ଡ଼. ସୁବାଷ ଚନ୍ଦ୍ର ବାରିକ ଓ ସୁଶ୍ରୀ ନିରୁପମା ଶତପଥି ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀ ସୋମନାଥ ଶତପଥିଙ୍କ ଜୀବନୀ ସମ୍ବନ୍ଧରେ ଆଲୋଚନା କରିଥିଲେ। ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ଼. ଶେଖ ସୋଲେମାନ ଅଲ୍ଲୀ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking