24.1 C
Bhubaneswar
Tuesday, February 10, 2026
Homeଓଡିଶାବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢ଼ାଉ ମାମଲା; କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟଙ୍କ ରୋକ୍‌

ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢ଼ାଉ ମାମଲା; କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟଙ୍କ ରୋକ୍‌

କଟକ: ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍ ଲିମିଟେଡ୍ ଲାଂଚ ଘଟଣାରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢ଼ାଉ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ହାଇକୋର୍ଟର ବିଚାରପତି ଏସ୍‌. କେ. ପାଣିଗ୍ରାହୀ ମାମଲାର ଶୁଣାଣି କରି ପରବର୍ତୀ ଶୁଣାଣି ପର୍ଯ୍ୟନ୍ତ ବିଷ୍ଣୁପଦଙ୍କ ବିରୋଧରେ ସିବିଆଇ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ ବୋଲି ଅନ୍ତରୀଣ ଆଦେଶନାମା ଜାରି କରିଛନ୍ତି। ଅନ୍ୟପକ୍ଷରେ ଜବାବ ଦାଖଲ ପାଇଁ ସିବିଆଇ ପକ୍ଷରୁ ସମୟ ନିଆଯାଇଛି। ପରବର୍ତୀ ଶୁଣାଣି ନିମନ୍ତେ ମାର୍ଚ୍ଚ ୪ ତାରିଖକୁ ଧାର୍ଯ୍ୟ ହୋଇଛି।
ପ୍ରକାଶ ଯେ, ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍ ଲିମିଟେଡ୍‌ର ଜେନେରାଲ ମ୍ୟାନେଜର ଚଂଚଳ ମୁଖାର୍ଜୀ, ସନ୍ତୋଷ ମହାରଣା ଏବଂ ଅନ୍ୟମାନଙ୍କ ନାମରେ ଏକ ବିଲ୍ ପାସ୍ ପାଇଁ ୧୦ ଲକ୍ଷ ଟଙ୍କା ଲାଂଚ କାରବାର ହୋଇଥିବା ନେଇ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଉକ୍ତ ମାମଲାର ଏତଲାରେ ଆଇଏଏସ୍ ବିଷ୍ଣୁପଦଙ୍କ ନାମ ନଥିଲେ ମଧ୍ୟ ସିବିଆଇ ପକ୍ଷରୁ କିଛି ଦିନ ପୂର୍ବେ ତାଙ୍କ ଘରେ ଚଢ଼ଉ କରାଯାଇ ରେକର୍ଡପତ୍ର ଯାଂଚ କରାଯାଇଥିଲା। ସିବିଆଇର ଏପରି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଷ୍ଣୁପଦ ସେଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking