ବେଙ୍ଗାଲୁରୁ: ଉତ୍ତର ବେଙ୍ଗାଲୁରୁର ଅନନ୍ତପୁରରେ ରବିବାର ରାତିରେ ଦୁଇଜଣ ବ୍ୟକ୍ତି ଜଣେ ୨୨ ବର୍ଷୀୟ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରିଛନ୍ତି । ୟେଲାହାଙ୍କା ନ୍ୟୁ ଟାଉନ୍ ପୋଲିସ କହିଛି ଯେ ସୁବ୍ରମଣିଙ୍କ ଉପରେ ରାତି ପ୍ରାୟ ୯:୩୦ ସମୟରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଘର ନିକଟରେ ଆକ୍ରମଣ କରାଯାଇଥିଲା । ସୁବ୍ରମଣି ଏବଂ ତାଙ୍କ ବନ୍ଧୁ ଭୁବନଙ୍କର ଦୁଇ ଜଣ ପରିଚିତ ଗଣେଶ ଏବଂ ମୁରଲୀଧରଙ୍କ ସହିତ କିଛି କଥାକୁ ନେଇ ବିବାଦ ଥିଲା । ରବିବାର ରାତିରେ, ସୁବ୍ରମଣି ସମସ୍ୟାର ସମାଧାନ ପାଇଁ ଅନନ୍ତପୁରରେ ଗଣେଶଙ୍କ ଘରକୁ ଯାଇଥିଲେ, କିନ୍ତୁ ସେମାନଙ୍କ ମଧ୍ୟରେ ଏକ ଯୁକ୍ତିତର୍କ ହୋଇଥିଲା । କଥାବାର୍ତ୍ତା ସମୟରେ, କ୍ରୋଧିତ ହୋଇ ଗଣେଶ ରୋଷେଇ ଘରୁ ଏକ ଛୁରୀ କାଢ଼ି ଆଣି ସୁବ୍ରମଣିଙ୍କୁ ଭୁସି ଦେଇଥିଲେ । ପୋଲିସ କହିଛି ଯେ ସୁବ୍ରମଣିଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ହତ୍ୟା ସମ୍ପର୍କିତ ଭାରତୀୟ ନ୍ୟାୟ ସଂହିତାର ଧାରା ଅନୁଯାୟୀ ଏକ ଏଫ ଆଇ ଆର ଦାୟର କରାଯାଇଛି। ଗଣେଶ ଏବଂ ମୁରଲୀଧର ବର୍ତ୍ତମାନ ଫେରାର୍ ଅଛନ୍ତି, କିନ୍ତୁ ପୋଲିସ ପାଖରେ ସେମାଙ୍କ ସୁରାକ ଅଛି ଏବଂ ସେମାନଙ୍କୁ ଏବେ ଖୋଜୁଛି ପୋଲିସ ।










