20.1 C
Bhubaneswar
Saturday, December 6, 2025
Homeଓଡିଶାସର୍ଟ ସର୍କିଟରେ ଜଳିଗଲା ଘର

ସର୍ଟ ସର୍କିଟରେ ଜଳିଗଲା ଘର

ବୌଦ୍ଧ: ବୌଦ୍ଧ ହରଭଙ୍ଗା ଥାନା ଧୂଙ୍ଗିଆମୁଣ୍ଡା ଗାଁରେ ବିଦ୍ୟୁତ ସର୍ଟ ସର୍କିଟରେ ଘରେ ଲାଗିଲା ନିଆଁ । ପରିବାର ଲୋକେ ସମସ୍ତେ ଘରେ ଥିବା ଅବସ୍ଥାରେ ହଠାତ ବିଦ୍ୟୁତ ସର୍ଟ ସର୍କିଟ ହୋଇ ନିଆଁ ଲାଗିଯାଇଥିଲା। କେହି କିଛି ବୁଝିବା ଆଗରୁ ନିଆଁ ପୁରା ଘରକୁ କବଳିତ କରିସାରିଥିଲା । ଗାଁର ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଛି ।  ଅନ୍ୟପଟେ ପରିବାର ଲୋକ ଅଳ୍ପକେ ନିଆଁ ମୁହଁରୁ ବର୍ତ୍ତି ଯାଇଥିବା ବେଳେ ଘରେ ଥିବା ସମସ୍ତ ଆସବାବପତ୍ର ଓ ବର୍ଷକ ଯାକର ଅମଳ ପୋଡି ନଷ୍ଟ ହୋଇଯାଇଛି। ପରିବାକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking