28.1 C
Bhubaneswar
Monday, February 23, 2026
Homeଦେଶ ବିଦେଶଗର୍ଭବତୀ ଝିଅର ତଣ୍ଟି ଚିପି ମାରିଦେଲା ମା’

ଗର୍ଭବତୀ ଝିଅର ତଣ୍ଟି ଚିପି ମାରିଦେଲା ମା’

ମୁମ୍ୱାଇ: ଗର୍ଭବତୀ ଝିଅର ତଣ୍ଟି ଚିପି ମାରିଦେଲା ଜନ୍ମ କଲା ମା। ଘଟଣାଟି ଶୁଣି ଆପଣଙ୍କୁ ହୁଏତ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ। ଆଉ ମନରେ ପ୍ରଶ୍ନ ଆସୁଥିବ କି ଜଣେ ମା ଯିଏକି ୯ ମାସ କାଳ ଗର୍ଭ ଯନ୍ତ୍ରଣା ସହି ଛୁଆ ଜନ୍ମ କଲା। ଆଉ ବଢ଼େଇ କୁଢ଼େଇ ମଣିଷ କଲା। ହେଲେ ଝିଅ ଜନ୍ମ ହେଇ ବଡ ହେଲା ପରେ କାହିଁକି ମାରିଦେଲା ମା। ତା ପୁଣି ଝିଅ ଗର୍ଭବତୀ ଥିବା ଅବସ୍ଥାରେ। ତେବେ ଏହା ପଛରେ ମଧ୍ୟ ରହିଛି ଅନେକ କାରଣ। ପ୍ରଥମତଃ ଝିଅଟି କୁଆଁରୀ ଥିଲା। ଆଉ ଯେତେବେଳେ ମା ଜାଣିବାକୁ ପାଇଥିଲା କି ତା ଝିଅ ଗର୍ଭବତୀ ଅଛି। ସେତେବେଳେ ତାର ତଣ୍ଟି ଚିପି ଜୀବନ ନେଇଗଲା। ଏପକି ଘଟଣା ଘଟିଛି ମୁମ୍ୱାଇର ନାଲାସୋପାରାରେ।

ଯେତେବେଳେ କୁମାରୀ ଝିଅ ଗର୍ଭବତୀ ଥିବା ଘଟଣା ମା ଜାଣିବାକୁ ପାଇଥିଲା। ସେତେବେଳେ ଆଗ ପଛ ବିଚାର ନକରି। ଝିଅର କୌଣସି କଥା ନଶୁଣି ରାଗରେ ତା ତଣ୍ଟି ଚିପି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଗର୍ଭବତୀ ଥିବା ଝିଅଟିର ଜୀବନ ଚାଲିଯାଇଥିଲା। ପରେ ନିଜେ ମା ପୋଲିସକୁ ଖବର ଦେଇଥିଲା। ଆଉ କହିଥିଲା ମୋ ଝିଅ ଆତ୍ମହତ୍ୟା କରିଛି। ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ନେଇଥିଲା। ତେବେ ଯେତେବେଳେ ପୋଲିସ ପୋଷ୍ଟମର୍ଟମ ପାଇଁ ମୃତଦେହକୁ ହସ୍ପିଟାଲ ପଠାଇଥିଲେ। ସେତେବେଳେ ତଦନ୍ତ ଜାରି ରଖିଥିଲେ। ଆଉ ଏହି ଘଟଣାଟି ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ସନ୍ଦେହ କରୁଥିଲେ। କାରଣ ମୃତ ଝିଅର ମା’ ହାତ ଫୁଲି ଯାଇଥିଲା। ଆଉ ହାତରେ କାମୁଡା ଦାଗ ଥିଲା। ପରେ ପୋଷ୍ଟମର୍ଟମ ରିପୋର୍ଟରୁ ଜଣା ପଡିଲାକି ଝିଅର ତଣ୍ଟି ଚିପାଯାଇଛି। ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ମାକୁ ବାନ୍ଧିବାରେ ସଫଳ ହେଲା।

ସେପଟେ ପୋଲିସ ତଦନ୍ତରୁ ଏହା ମଧ୍ୟ ଜଣା ପଡିଛି କି ଯେତେବେଳେ ମା’ଟି ତାର ଝିଅର ତଣ୍ଟି ଚିପି ହତ୍ୟା କରୁଥିଲା। ସେତେବେଳେ ଏହି ଅପରାଧରେ ସାମିଲ ଥିଲା ସାନ ଝିଅ। ହତ୍ୟା ବେଳେ ସାନ ଝିଅଟି ବଡ଼ ଝିଅର ଗୋଡକୁ ଜାବୁଡି ଧରିଥିଲା। ଆଉ ମା’ ଜଣକ ବଡ଼ ଝିଅର ତଣ୍ଟି ଚିପି ମାରିଦେଲା। ହତ୍ୟା କରିଥିବା ଅଭିଯୁକ୍ତ ଜଣକ ତାଙ୍କ ଦୁଇ ଝିଅ ଓ ସ୍ୱାମୀଙ୍କ ସହ ମୁମ୍ୱାଇରେ ରହୁଥିଲେ। କୌଣସି କାମ ପାଇଁ ସ୍ୱାମୀ ଗାଁକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ମା ଜାଣିବାକୁ ପାଇଥିଲା କି ତା ବଡ଼ ଝିଅ ଗର୍ଭବତୀ ଅଛି। ତାପରେ ମା ଜଣଙ୍କ ରାଗି ଯାଇ ବଡ଼ ଝିଅର ତଣ୍ଟି ଚିପି ହତ୍ୟା କରିଥିଲା। ଆଉ ଏଥିରେ ସହଯୋଗ କରିଥିଲା ସାନ ଝିଅ। ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ ଆଗରେ ସତ ଜଣାପଡିଗଲା। ପରେ ପୋଲିସ ଅଭିଯୁକ୍ତ ମା’କୁ ଗିରଫ କରିବା ସହ ସାନ ଝିଅତୁ ବାଳକ ଗୃହକୁ ପଠାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking