ଗଞ୍ଜାମ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ଅଧକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ମେଳି । ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଛତ୍ରପୁର ଅଭିମୁଖେ ବାହାରିଲେ ବିଜେଡି କାଉନସିଲର । କବିସୂର୍ଯ୍ୟନଗର ଏନଏସି ଅଧକ୍ଷା ଏସ. ଲକ୍ଷ୍ମୀଙ୍କ ବିରୋଧ ରେ ଅନାସ୍ଥା ପ୍ରସ୍ତାବ ପାଇଁ ଏନଏସି ଉପାଧ୍ୟକ୍ଷଙ୍କ ନେତୃତ୍ୱରେ ମେଳି ବାନ୍ଧିଛନ୍ତି ବିଜେଡି କାଉସିଲର । ସକାଳୁ ମହାମାୟାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଏନଏସି କାର୍ଯ୍ୟାଳୟରେ ନଡ଼ିଆ ଭାଙ୍ଗି ବାହାରିଛନ୍ତି ଛତ୍ରପୁର ଜିଲ୍ଲାପାଳଙ୍କ ପାଖକୁ । କବିସୂର୍ଯ୍ୟନଗର ଏନଏସିର ୧୮ଟି ୱାର୍ଡ ମଧ୍ୟରୁ ୧୬ଟିରେ ବିଜେଡି କାଉସିଲର ରହିଥିବା ବେଳେ ଏନଏସି ଅଧ୍ୟକ୍ଷା ମଧ୍ୟ ବିଜେଡିର । କିନ୍ତୁ ଏକ ବର୍ଷ ହେଲା ଅଧ୍ୟକ୍ଷା ଏନଏସିରେ କୌଣସି କାର୍ଯ୍ୟ କରାଇଦେଉନଥିବା ଓ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ଆଣିଛନ୍ତି ବିଜେଡି କାଉନସିରଲ । ଆଜି ୧୬ କାଉନସିଲର ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳଙ୍କ ନିକଟକୁ ବାହାରିଛନ୍ତି ।










