16.1 C
Bhubaneswar
Sunday, December 7, 2025
Homeଓଡିଶା୨୫ ତାରିଖ ଯାଏଁ ଲାଗି ରହିବ ବର୍ଷା

୨୫ ତାରିଖ ଯାଏଁ ଲାଗି ରହିବ ବର୍ଷା

ଭୁବନେଶ୍ୱର: ଟ୍ରାପ ଲାଇନ ପ୍ରଭାବରେ ରାଜ୍ୟରେ ଆସନ୍ତା ୨୫ ତାରିଖ ଯାଏଁ ଲାଗି ରହିବ ବର୍ଷା ସହ ଝଡ଼ ପବନ। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଣ୍ଟାରେ ୯ ଜିଲ୍ଲାକୁ ଘଡଘଡି ବିଜୁଳି ସହ କୁଆପଥର ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ବାଲେଶ୍ୱର , ଭଦ୍ରକ ,ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ,ସୁନ୍ଦରଗଡ, ଝାରସୁଗୁଡା ଓ କେନ୍ଦୁଝର କୁ ସତର୍କ ସୂଚନା ରହିଥିବା ବେଳେ ଏହି ସମୟରେ ୫୦ ରୁ ୬୦ କିମି ପବନ ବହିବାର ସମ୍ଭାବନା ଦେଇଛି ବିଭାଗ । ସେହିପରି ୧୩  ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସମ୍ବଲପୁର,  ଦେଓଗଡ, ଅନୁଗୁଳ, ନୟାଗଡ,  ଖୋର୍ଦ୍ଧା, କଟକ, ଜଗତସିଂହପୁର, ପୁରୀ, ଗଜପତି, ଗଂଜାମ ,ରାୟଗଡା, କଳାହାଣ୍ଡି ଓ କନ୍ଧମାଳ କୁ ସତର୍କତା ସହ ୪୦ ରୁ ୫୦ କିମି  ପବନ ବହିବାର  ସମ୍ଭାବନା  ଦେଇଛି  ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ଵା ୨୩ ତାରିଖରେ  ୪ ଜିଲ୍ଲା  ମୟୁରଭଂଜ, କେନ୍ଦୁଝର, ବାଲେଶ୍ଵର ଓ ଭଦ୍ରକ ରେ କୁଆପଥର ବର୍ଷା  ସହ ଝଡି ପବନ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ ।ସେହିପରି  ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୨୪ ଯାଏଁ ଏଭଳି ସ୍ଥିତି ରହିବା ସହ ବର୍ଷା ସମୟରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking