ଭୁବନେଶ୍ୱର: କିଟ୍ ହଷ୍ଟେଲରେ ନେପାଳର ଛାତ୍ରୀଙ୍କ ମୃତ୍ୟୁ ଘଟଣା । ବିଧାନସଭାରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ତାରା । ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କଲେ ତାରା ବାହିନୀପତି । ଘଟଣାରେ କେତେ ଲୋକଙ୍କୁ ଗିରଫ କରାଯାଇଛି? ମାଡ ମାରିଥିବା ବାଉଁସର ଗିରଫ ହେଲେ କି? ଅଚ୍ୟୁତ ସାମନ୍ତଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି ? ଘଟଣାର ସିସିଟିଭି ଯାଞ୍ଚ କରାଯାଉ । ବିଚାର ବିଭାଗୀୟ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ତାରା । ଏତିକିବେଳେ କିଟ୍ ଘଟଣାରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । କହିଛନ୍ତି ଘଟଣାକୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇଛନ୍ତି । ନେପାଳ କର୍ତ୍ତୃପକ୍ଷଙ୍କ ସହ ରାଜ୍ୟ ସରକାର ଆଲୋଚନା କରିଛନ୍ତି । ୪ଟି ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି ହୋଇଛି । ପାଲାଙ୍କୁ କ୍ୟାମ୍ପସକୁ ଫେରିବାକୁ ଅନୁରୋଧ କରାଯାଇଛି । ମିଡ୍ ସେମିଷ୍ଟାର ପରୀକ୍ଷା ଘୁଞ୍ôଚବ । ଛାତ୍ରଛାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଛାତ୍ରୀଙ୍କ ଆତ୍ମହତ୍ୟା ଖବର ଆସିବା ପରେ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା । ୧୭ରେ ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସରେ ସାଇନ ଏ ଡାଏ ଘୋଷଣା । ଛାତ୍ରଛାତ୍ରୀଙ୍କୁ କଟକ ଓ ଭୁବନେଶ୍ୱର ରେଳ ଷ୍ଟେସନରେ ଛାଡିଦିଆଯାଇଥିଲା । ଘଟଣା ସାମ୍ନାକୁ ଆସିବା ପରେ ତତ୍ପରତା ପ୍ରକାଶ କରିଥିଲେ ସରକାର । ସାଇନ ଏ ଡାଏ ପ୍ରତ୍ୟାହାର ଫାଇଁ ନିର୍ଦ୍ଦେଶ ହୋଇଥିଲା । ଘଟଣା ନେଇ ୩ ଜଣିଆ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ ହୋଇଛି ।










