28.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶଭାରତୀୟ କ୍ରିକେଟରଙ୍କ ପାଇଁ ନିୟମ କୋହଳ କରିଲା ବିସିସିଆଇ

ଭାରତୀୟ କ୍ରିକେଟରଙ୍କ ପାଇଁ ନିୟମ କୋହଳ କରିଲା ବିସିସିଆଇ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟରଙ୍କ ପାଇଁ ନିୟମ କୋହଳ କରିଲା ବିସିସିଆଇ । ଏବେ ଚାମ୍ପିଅନ୍ସ ଟ୍ରଫିରେ ନିଜ ପତ୍ନୀଙ୍କୁ ସାଙ୍ଗରେ ନେଇ ପାରିବେ ଖେଳାଳି । ଏହା ସହ ପରିବାର ସହ ଦୁବାଇ ଯିବା ପାଇଁ ଅନୁମତି ମିଳିଛି । ବର୍ଡର ଗାଭାସ୍କର ଟ୍ରଫିରେ ପରାଜୟ ପରେ ଖେଳାଳିଙ୍କ ପାଇଁ କଠୋର ହୋଇଥିଲା ବିସିସିଆଇ ।ବିଦେଶ ଯାତ୍ରା ବେଳେ ପରିବାର ଲୋକ କିମ୍ବା ପତ୍ନୀଙ୍କୁ ସାଙ୍ଗରେ ନେବା ଉପରେ ପ୍ରତିବନ୍ଧକ ଲଗାଇଥିଲା ବିସିସିଆଇ । ଏବେ କିନ୍ତୁ ଖେଳାଳିଙ୍କ ପାଇଁ ବିସିସିଆଇ କୋହଳ କରିଛି ।ତେବେ ପୂର୍ବରୁ ବିସିସିଆଇ ପକ୍ଷରୁ ଏକ ନିମୟ ଜାରି ହୋଇଥିଲା । ଯେଉଁଥିରେ ୪୫ ଦିନରୁ ଅଧିକ ବିଦେଶ ଯାତ୍ରା ସମୟରେ ଖେଳାଳିଙ୍କୁ ଦୁଇ ସପ୍ତାହ ପାଇଁ ପରିବାର ଲୋକଙ୍କୁ ସାଙ୍ଗରେ ନେବାର ଅନୁମତି ଥିଲା । ଯଦି କୌଣସି ଟୁର୍ଣ୍ଣାମେଣ୍ଟ ୪୫ ଦିନ କିମ୍ବା ତା’ଠାରୁ ଅଧିକ ସମୟର ହୁଏ, ତେବେ ପରିବାର କେବଳ ୧୪ ଦିନ ପାଇଁ ଖେଳାଳିଙ୍କ ସହିତ ରହିବାକୁ ଅନୁମତି ପାଇବେ। ଯଦି ଗସ୍ତ କମ୍ ହୁଏ, ତେବେ ଅବଧି ୭ ଦିନକୁ ହ୍ରାସ କରାଯାଇପାରେ। ସ୍ତ୍ରୀମାନେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳିଙ୍କ ସହିତ ରହିପାରିବେ ନାହିଁ । ରିବାର କେବଳ ୨ ସପ୍ତାହ ପାଇଁ ରହିପାରିବେ ।ସମସ୍ତ ଖେଳାଳିଙ୍କୁ ଦଳ ବସ୍‌ରେ ଯାତ୍ରା କରିବାକୁ ପଡିବ। ଗୌତମ ଗମ୍ଭୀରଙ୍କ ବ୍ୟକ୍ତିଗତ ପରିଚାଳକଙ୍କୁ ଭିଆଇପିରେ ବସିବାକୁ କିମ୍ବା ଦଳ ବସ୍‌ରେ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ। ତାଙ୍କୁ ଭିନ୍ନ ଏକ ହୋଟେଲରେ ରହିବାକୁ ପଡିବ।ଯଦି ଖେଳାଳିଙ୍କ ଲଗେଜ୍ ୧୫୦ କିଲୋଗ୍ରାମରୁ ଅଧିକ ହୁଏ, ତେବେ ବିସିସିଆଇ ଅତିରିକ୍ତ ଦେୟ ବହନ କରିବ ନାହିଁ, ଏବଂ ଖେଳାଳିମାନଙ୍କୁ ସେଗୁଡ଼ିକ ଦେବାକୁ ପଡିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking