18.1 C
Bhubaneswar
Sunday, February 8, 2026
Homeଓଡିଶାଦ୍ୱିତୀୟ ଦିନରେ କଂଗ୍ରେସର ସଂକଳ୍ପ ପଦଯାତ୍ରା

ଦ୍ୱିତୀୟ ଦିନରେ କଂଗ୍ରେସର ସଂକଳ୍ପ ପଦଯାତ୍ରା

ଭୁବନେଶ୍ୱର :ପ୍ରଦେଶ କଂଗ୍ରେସ ପକ୍ଷରୁ ଭୁବନେଶ୍ବରରୁ ପୁରୀ ଯାଉଥିବା ସଂକଳ୍ପ ପଦଯାତ୍ରାର ଆଜି ହେଉଛି ଦ୍ଵିତୀୟ ଦିନ।ଗତକାଲି ରାତିରେ ପିପିଲିରେ ପହଞ୍ଚି ରାତ୍ରି ଯାପନ କରିବା ପରେ ସକାଳୁ ପୁଣି ପୁରୀ ଅଭିମୁଖେ ବାହାରିଛି ଯାତ୍ରା। ରାଜ୍ଯ ର ବିଭିନ୍ନ ଜିଲ୍ଲାରୁ ଆସି ସାମିଲ ହୋଇଛନ୍ତି ହଜାର ହଜାର କଂଗ୍ରେସ୍ କର୍ମୀ।ନବନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ବାନକ୍ରମେ ରାଜ୍ୟ କଂଗ୍ରେସ ପକ୍ଷରୁ କରାଯାଉଥିବା ଏହି ପଦଯାତ୍ରାକୁ ପିପିଲିରେ କଂଗ୍ରେସ କର୍ମୀମାନେ ବିପୁଳ ସ୍ବାଗତ ସମ୍ବଦ୍ଧନା ଦେଇଛନ୍ତି।ପିପିଲିର ଯୁବ,ଛାତ୍ର ଓ ମହିଳା କଂଗ୍ରେସର ସଭ୍ୟ,ସଭ୍ୟା ମାନେ ବିଭିନ୍ନ ସ୍ଥାନରେ ପିସିସି ସଭାପତିଙ୍କୁ ସ୍ବାଗତ ସମ୍ବଦ୍ଧନା ଜଣାଇଛନ୍ତି। କଂଗ୍ରେସର ପୁନଃ ଗଠନ ପ୍ରକ୍ରିୟା ଆରମ୍ଭ, ଦୁର୍ନୀତି ଗ୍ରସ୍ତ ରାଜନୀତି, ଟଙ୍କା ରେ ଭୋଟ କିଣି ଗୁଣ୍ଡା ଗର୍ଦ୍ଧୀ ଓ ଅସାଧୁ ଉପାୟ ରେ ଶାସନ କୁ ଆସିଥିବା ସରକାର ବିରୁଦ୍ଧରେ ଶ୍ରୀ ଜଗନ୍ନାଥଙ୍କ ଙ୍କ ଶରଣ ନେଉଛୁ ବୋଲି ଭକ୍ତ କହିଛନ୍ତି ।କଂଗ୍ରେସ କୁ ଛାଡି ଯାଇ ଥିବା ଲୋକ ଖୁବଶୀଘ୍ର କଂଗ୍ରେସ କୁ ଫେରିବେ ଓ କଂଗ୍ରେସ କୁ ଓଡିଶା ପାଇଁ ଗଢ଼ିବେ ବୋଲି ଭକ୍ତ କହିଥିବା ବେଳେ ୧୫ ବର୍ଷ ତଳେ ଜଗନ୍ନାଥ ଙ୍କୁ ଚାଲି ଚାଲି ଯାଇ ଦର୍ଶନ କରିବି ବୋଲି ଆଶା ରଖିଥିଲି ବୋଲି ଭକ୍ତ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking