25.1 C
Bhubaneswar
Sunday, December 21, 2025
Homeଓଡିଶାଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

କିଶୋରନଗର: କଟକ ସଦର ବ୍ଲକ କିଶନନଗର ଥାନା ଅନ୍ତର୍ଗତ କଟକ-ପାରାଦ୍ୱୀପ ରାସ୍ତାର ପାରାବିଲ ନିକଟରେ ଶନିବାର ଭୋରୁ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଜଗତସିଂହପୁର ଜିଲ୍ଲା କ୍ରିଷ୍ଣାନନ୍ଦପୁର ଗ୍ରାମର ବିଜୟ ବେହେରା(୪୫)। ଶନିବାର ଭୋରୁ ମୃତକ ବିଜୟ ଓ ତାଙ୍କ ପତ୍ନୀ ମୋଟର ସାଇକେଲ ଯୋଗେ କଟକରୁ ଘରକୁ ଫେରୁଥିବାବେଳେ ଅଜଣା ଟ୍ରକ ପଛରୁ ଧକ୍କା ଦେଇଥିଲା। ଦୁଇଜଣଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ମାତ୍ର ସେଠାରେ ଡାକ୍ତର ବିଜୟଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking