23.1 C
Bhubaneswar
Sunday, February 8, 2026
Homeଓଡିଶାବଡ଼ ଭାଇର ଗୁଳିରେ ସାନ ମୃତ

ବଡ଼ ଭାଇର ଗୁଳିରେ ସାନ ମୃତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବେଡ଼ାଗାଁ ପଞ୍ଚାୟତ ଦେହେଡ଼ା ଗାଁରେ ବଡ଼ ଭାଇର ବନ୍ଧୁକ ଗୁଳିରେ ସାନ ଭାଇର ମୃତ୍ୟୁ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ସାନ ଭାଇ ପୂର୍ଣ୍ଣ ମାଝୀଙ୍କୁ ବଡ଼ ଭାଇ କୃଷ୍ଣ ମାଝୀ ଗୁଳି କରି ହତ୍ୟା କରିଛି। ମିଳିଥିବା ସୂଚନା ଅନୁସାରେ କୃଷ୍ଣ ମାଝୀ ଓ ପୂର୍ଣ୍ଣ ମାଝୀଙ୍କ ମଧ୍ୟରେ ଗତବର୍ଷ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ସାନଭାଇ ବଡ଼ ଭାଇଙ୍କୁ ମୁଣ୍ଡରେ ମାରି ଆଘାତ କରିଥିଲେ।

ସେହି ଆଘାତକୁ ନେଇ ଗତ ବର୍ଷର ରାଗରଖି ଶେଷରେ ନୃଶଂସ ବଡଭାଇ ପ୍ରତିଶୋଧ ପରାୟଣ ହୋଇ ନିଜ ସାନଭାଇଙ୍କୁ ଦେଶୀ ବନ୍ଧୁକରେ ଘରେ ଶୋଇଥିବା ସମୟରେ ଗୁଳି କରିଛି। ଯାହାଫଳରେ ପୂର୍ଣ୍ଣ ମାଝୀଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଏନେଇ ମୃତକଙ୍କ ସ୍ତ୍ରୀ ଚୁମକି ମାଝୀ ଓ ପରିବାର ଲୋକେ ବିଶ୍ୱନାଥପୁର ଥାନାରେ ଅଭିଯୋଗ କରିଥିଲେ। ବିଶ୍ୱନାଥପୁର ପୁଲିସ ଓ ଏସଡିପିଓ ସମେତ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଭିଯୁକ୍ତ ବଡ଼ଭାଇଙ୍କୁ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ ଏକ ଦେଶୀ ବନ୍ଧୁକ ଜବତ କରିଛନ୍ତି। ଶବ ବ୍ୟବଛେଦ ପାଇଁ ଲାଞ୍ଜିଗଡ଼ ପଠାଯାଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking