22.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଭୋଟ୍ ଦେଉଛି ଦିଲ୍ଲୀ: ସକାଳ ୭ଟାରୁ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ

ଭୋଟ୍ ଦେଉଛି ଦିଲ୍ଲୀ: ସକାଳ ୭ଟାରୁ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ : ଭୋଟ୍ ଦେଉଛି ଦିଲ୍ଲୀ। ସକାଳ ୭ଟାରୁ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସମସ୍ତ ୭୦ ଆସନରେ ଭୋଟିଂ ଜାରି ରହିଛି। ପ୍ରାୟ ୧ କୋଟି ୫୬ ଲକ୍ଷ ଭୋଟର ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନ କରିବାକୁ ଥିବା ଭୋଟରଙ୍କ ମଧ୍ୟରୁ ୮୩.୭୬ ଲକ୍ଷ ପୁରୁଷ, ୭୨.୩୬ ମହିଳା ଓ ୧୨୬୭ ଜଣ କିନ୍ନର ରହିଛନ୍ତି । ଭୋଟ ଗ୍ରହଣ ପାଇଁ ୧୩୭୬୬ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩୦,୦୦୦ ପୁଲିସ ଓ ୨୨୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି।

ଏହି ନିର୍ବାଚନରେ କଂଗ୍ରେସ, ବିଜେପି ଓ ଆପ୍ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେଉଛି। ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଆପ୍‌ର ଅରବିନ୍ଦ କେଜରିୱାଲ, ଆତିଶୀ ସିଂହ, ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, କଂଗ୍ରେସର ଅଳକା ଲାମ୍ବା, ସନ୍ଦୀପ ଦୀକ୍ଷିତ, ବିଜେପିର ପରବେଶ ବର୍ମା, ରମେଶ ବିଧୁରୀ, ତରବିନ୍ଦର ସିଂହ ମାରୱା, କ‌େର୍ଣ୍ଣଲ ସିଂହ। ତିନି ଦଳ ସେମାନଙ୍କ ନିର୍ବାଚନ ଇସ୍ତାହାରରେ ମହିଳାଙ୍କୁ ମାସିକ ୨୧୦୦ରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ ଲାଗି ଘୋଷଣା କରିଛନ୍ତି। ଫେବୃଆରୀ ୮ରେ ଦିଲ୍ଲୀ ଭୋଟ ଗଣତି ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking