24.1 C
Bhubaneswar
Friday, February 13, 2026
Homeଓଡିଶାଅଲମଦ୍ରାସାତୁନ ନୁରିଆ ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଅଲମଦ୍ରାସାତୁନ ନୁରିଆ ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଯାଜପୁର: ଯାଜପୁର ଅଡ଼ଙ୍ଗ ପୁରୁଷୋତ୍ତମପୁର ଅଲ ମଦ୍ରାସାତୁନ ନୁରିଆ ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଇସଲାମ ଧର୍ମର କୁରାନ ହଦୀଶ ପାଠ ସମ୍ପୂର୍ଣ କରିଥିବା ୧୯ଜଣ ଛାତ୍ରଙ୍କୁ ସାର୍ଟିଫିକେଟ ଓ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ମଦ୍ରାସାରୁ ଛାତ୍ର ମାନେ ଇସଲାମ ଧର୍ମ ପାଠ ପଡ଼ିବା ଓ ଉର୍ଦୁ ଇତ୍ୟାଦି ବିଷୟରେ ପାଠ ପଡ଼ିବା ପରେ ସ୍କୁଲ, ମସଜିଦରେ ଚାକିରୀ କରନ୍ତି। ଏହି ଅନୁଷ୍ଠାନ ୨୦୧୧ ମସିହା ଠୁ ଆରମ୍ଭ ହୋଇ ସ୍ଥାନୀୟ ଅଞ୍ଚଳରେ ଛାତ୍ର ମାନଙ୍କୁ ଇସଲାମ ଧର୍ମ ବିଷୟରେ ପାଠ ପଡ଼ିବା ଓ ସାମାଜିକ ସ୍ତରରେ କିଭଳି ଭାଇଚାରା ସହିତ ଚାଲିବା ଏ ଲକ୍ଷ ରଖି ଅନୁଷ୍ଠାନ କରଯାଇଥିବା କୁହା ଯାଇଛି । ମଦ୍ରାସାର ଅଧକ୍ଷ ମହମଦ ହସନ ଇକବାଲ ଖାନଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଫତି ଅବିଦ ମିସବାହି ସାହାବ, ସଲାଉଦିନ ନିଜାମି ସାହାବ,ମୋତିଉଲ୍ଲା ହବିବିଙ୍କ ସମେତ ବହୁ ଧର୍ମଗୁରୁ ରାଜ୍ୟ ବାହାରୁ ଆସି ଯୋଗ ଦେଇ ପ୍ରବଚନ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking