24.1 C
Bhubaneswar
Monday, March 23, 2026
Homeଓଡିଶାଚିଲିକାରେ ଆଜିଠୁ ଡଲଫିନ ଗଣନା

ଚିଲିକାରେ ଆଜିଠୁ ଡଲଫିନ ଗଣନା

ଗଞ୍ଚାମ : ଚିଲିକାରେ ଆଜିଠୁ ଡଲଫିନ ଗଣନା ଆରମ୍ଭ ହୋଇଛି । ଚିଲିକାକୁ ୩ଟି ଜୋନରେ  ଭାଗ କରାଯାଇ  ଗଣନା କରାଯାଉଛି ।  ୩ଟି ଜୋନରେ  ୧୮ଟି ଟିମ ଗଣନାରେ ସାମିଲ ଅଛନ୍ତି । ପ୍ରତି ଟିମରେ ୫ ଜଣ ସଦସ୍ୟ ଅଛନ୍ତି ।  ମୋଟ ୯୦ ଜଣ ଗଣନାକାରୀ ସାମିଲ ଅଛନ୍ତି । ସାତପଡା, ବାଲୁଗାଁ, ଟାଙ୍ଗୀ, କୃଷ୍ଣପ୍ରସାଦ ଏବଂ ରମ୍ଭା ରେଞ୍ଜରେ ଏହି ଗଣନା ଚାଲିଛି। ସାତପଡା ରେଞ୍ଜରେ ୮ଟି ଟିମ ଗଣନା କରୁଥିବା ବେଳେ ଅନ୍ୟ ରେଞ୍ଜରେ ୧୦ଟି ଟିମ ଗଣନା କରୁଛି। ସକାଳ ୬ଟାରୁ ଗଣନା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର‌୍ୟ୍ୟନ୍ତ ଚାଲିବ।  ଗତ ବର୍ଷ ଚିଲିକାରେ ୧୫୮ଟି ଡଲଫିନ ଗଣନା ବେଳେ ଜଣା ପଡ଼ିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking