27.1 C
Bhubaneswar
Friday, May 1, 2026
Homeଦେଶ ବିଦେଶମହାକୁମ୍ଭରେ ବୁଡ଼ ପକାଇଲେ ପ୍ରତିରକ୍ଷା ମନ୍ତ୍ରୀ

ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରତିରକ୍ଷା ମନ୍ତ୍ରୀ

ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜ ସ୍ଥିତ ତ୍ରିବେଣୀ ସଂଗମ ଘାଟରେ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପବିତ୍ର ବୁଡ଼ ପକାଇଛନ୍ତି। ବୁଡ଼ ପକାଇବା ପରେ ସେ ନିଜ ଅନୁଭୂତି ବଖାଣିବାକୁ ଯାଇ କହିଛନ୍ତି ଯେ, ଏହା ତାଙ୍କର କୋଟି ଜନ୍ମର ସୌଭାଗ୍ୟ ଯେ ଭଗବାନ ତାଙ୍କୁ ମହାକୁମ୍ଭକୁ ଆସିବାର ଏବଂ ଏଠାରେ ବୁଡ଼ ପକାଇବାର ଏକ ସୁଯୋଗ ଦେଇଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ‘ମହାକୁମ୍ଭ ଭାରତୀୟ ସଂସ୍କୃତିର ଏକ ମହାନ ପର୍ବ’ ବୋଲି ଅଭିହିତ କରିଛନ୍ତି। ତାଙ୍କ କହିବାନୁସାରେ ଏହା ଭାରତୀୟ ସଂସ୍କୃତି ଏବଂ ସନାତନ ଧର୍ମର ଆଧ୍ୟାତ୍ମିକ ଅନୁଭୂତିର ଏକ ପର୍ବ। ମହାକୁମ୍ଭ ହେଉଛି ଜ୍ୟୋର୍ତିବିଜ୍ଞାନ ଉପରେ ଆଧାରିତ ଏକ ଉତ୍ସବ। ସମସ୍ତ ଜାତି, ଧର୍ମ ଏବଂ ବିଭିନ୍ନ ଦେଶର ଲୋକମାନେ ଏକତାରେ ଏକାଠି ହୁଅନ୍ତି। ମହାକୁମ୍ଭ ସନାତନ ଧର୍ମର ଆଧ୍ୟାତ୍ମିକତା ଏବଂ ବୈଜ୍ଞାନିକ ଦିଗ ସହିତ ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ସଙ୍ଗମସ୍ଥଳ ଏବଂ ସାମାଜିକ ସମନ୍ୱୟ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking