20.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଆମ୍ ଆଦ୍‌ମୀ ପାର୍ଟିର ସଂଗୀନ୍ ଅଭିଯୋଗ; କେଜ୍ରିୱାଲଙ୍କ ଉପରେ ପଥରମାଡ଼ କରିଛନ୍ତି ବିଜେପି କର୍ମୀ

ଆମ୍ ଆଦ୍‌ମୀ ପାର୍ଟିର ସଂଗୀନ୍ ଅଭିଯୋଗ; କେଜ୍ରିୱାଲଙ୍କ ଉପରେ ପଥରମାଡ଼ କରିଛନ୍ତି ବିଜେପି କର୍ମୀ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍‌), ବିଜେପି ବିରୋଧରେ ଏକ ବଡ଼ ତଥା ସଂଗୀନ ଅଭିଯୋଗ ଆଣିଛି। ଆପ୍ କହିଛି ଯେ ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନରେ ହାରିବାକୁ ନେଇ ଭୟଭୀତ। ସେଥିପାଇଁ ବିଜେପି କର୍ମୀମାନେ ଆପ୍‌ର ଜାତୀୟ ସଂଯୋଜକ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଉପରେ ଆକ୍ରମଣ କରିଛନ୍ତି। ବିଜେପିର ବଡ଼ମୁଣ୍ଡିଆ ନେତାମାନେ ନିଜ ଦଳୀୟ ଗୁଣ୍ଡାଙ୍କୁ ଲଗାଇ ଏସବୁ କରିଥିବା ଆପ୍ ଅଭିଯୋଗ କରିଛି।

ଆପ୍ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ ନିର୍ବାଚନ ପ୍ରଚାର ସମୟରେ ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମାଙ୍କ ସମର୍ଥକମାନେ କେଜ୍ରିୱାଲ୍‌ଙ୍କ ଗାଡ଼ି ଉପରକୁୁ ଇଟା ଏବଂ ପଥରରେ ଆକ୍ରମଣ କରିଛନ୍ତି। ଏସବୁ କେବଳ ଭୟର ପ୍ରତିଫଳନ। କେଜ୍ରିୱାଲ୍‌ଙ୍କୁ ଆଘାତ ଦେବା ଉଦ୍ଦେଶ୍ୟରେ ବିଜେପିର ଭଡାଟିଆ ଗୁଣ୍ଡାମାନେ ଏସବୁ କରିଛନ୍ତି, ଯାହାଫଳରେ କେଜ୍ରିୱାଲ୍ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇପାରିବେ ନାହିଁ ବୋଲି ଆପ୍ ଅଭିଯୋଗ କରିଛି। ସେହିପରି ଆପ୍ ପକ୍ଷରୁ ସୋସିଆଲ ମିଡିଆରେ ବିଜେପିକୁ କଟାକ୍ଷ କରାଯିବା ପୂର୍ବକ ପୋଷ୍ଟ କରାଯାଇଥିବା ଏକ ଆଲେଖ୍ୟରେ ଆପ୍ ଲେଖିଛି ଯେ, କେଜ୍ରିୱାଲ ବିଜେପିର ଏପ୍ରକାର କାପୁରୁଷ ପଣିଆରେ ଭୟଭୀତ ହେବା ବ୍ୟକ୍ତି ନୁହଁନ୍ତି, ଦିଲ୍ଲୀବାସୀ ଏସବୁର ଉଚିତ୍ ଜବାବ ଦେବେ।

ଅନ୍ୟପକ୍ଷେ ଆପ୍‌ର ଏହି ଅଭିଯୋଗ ଆଧାରରେ ପୁଲିସ୍ ତଦନ୍ତ ମଧ୍ୟ ଆରମ୍ଭ କରିଛି। ଆପ୍‌ର ଏପ୍ରକାର ଟିପ୍ପଣୀ ତଥା ଅଭିଯୋଗ ପରେ ପ୍ରବେଶ ବର୍ମା ଏକ୍ସରେ ଲେଖିଛନ୍ତି, ଅରବିନ୍ଦ କେଜ୍ରିୱାଲ୍ ପ୍ରଶ୍ନ ପଚାରୁଥିବା ଜନସାଧାରଣଙ୍କ ଉପରେ ତାଙ୍କ କାରରେ ଦୁଇ ଯୁବକଙ୍କୁ ଧକ୍କା ଦେଇଥିଲେ। ଉଭୟଙ୍କୁ ଲେଡି ହାର୍ଡିଂ ହସ୍ପିଟାଲକୁ ନିଆଯାଇଛି। ସାମ୍ନାରେ ପରାଜୟ ଦେଖି ସେମାନେ ଲୋକଙ୍କ ଜୀବନର ମୂଲ୍ୟ ଭୁଲିଗଲେ। ପ୍ରକାଶ, ଦିଲ୍ଲୀର ମୋଟ୍ ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଫେବ୍ରୁଆରୀ ୫ତାରିଖରେ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଏବଂ ଫଳାଫଳ ଫେବୃଆରୀ ୮ତାରିଖରେ ଘୋଷଣା କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking