22.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶପୋଲିସ ସାମ୍ନାରେ ଝିଅକୁ ଗୁଳି କଲା ବାପା

ପୋଲିସ ସାମ୍ନାରେ ଝିଅକୁ ଗୁଳି କଲା ବାପା

ଭୋପାଳ: ମଧ୍ୟ ପ୍ରଦେଶରର ଗ୍ୱାଲିୟରରେ ଏକ ବଡ଼ ଅଘଟଣ ଘଟିଛି । ଏଠାରେ ଜଣେ ବାପା ନିଜ ଜନ୍ମକଲା ଝିଅକୁ ଗୁଳି କରି ହତ୍ୟା କରିଛି । ଏହି ଯୁବତୀଙ୍କ ବିବାହ ୧୮ ଜାନୁଆରୀରେ ହେବାର ଥିଲା । ସୂଚନାନୁଯାୟୀ, ଝିଅଟିର ନାମ ତନୁ ଥିଲା ଏବଂ ସେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ବାପା ଝିଅଟିକୁ ନିଜ ଭଣଜା ସହ ମିଶି ଗୁଳି କରି ହତ୍ୟା କରିଛନ୍ତି । ତନୁ ନିଜ ଘର ଲୋକଙ୍କ ବିରୋଧରେ ଏକ ସୋସିଆଲ ମିଡିଆରେ ଏକ ଭିଡିଓ କରିଥିଲା । ଯେଉଁଥିରେ ସେ ନିଜ ବାପା-ମାଆଙ୍କ ନାମ ନେଇ ତାଙ୍କୁ ବିବାହ ପାଇଁ ଜୋର ଜବରଦସ୍ତି କରାଯାଉଛି ବୋଲି କହିଥିଲା । ସେ ଏହି ଘଟଣା ପାଇଁ ଭୟଭୀତ ଅଛନ୍ତି ବୋଲି ମଧ୍ୟ କହିଥିଲେ । ସେ ଆହୁରି କହିଥିଲେ ଯେ, ମୁଁ ଭିକିକୁ ବାହା ହେବାକୁ ଚାହୁଁଛି, ହେଲେ ମୋ ପରିବାର ରାଜି ହୋଇଥିଲେ ହେଲେ ପରେ ମନା କରିଦେଇଥିଲେ ।

ସେମାନେ ମୋତେ ମାଡ଼ ମାରୁଛନ୍ତି ଏବଂ ଧମକ ଦେଇଛନ୍ତି ଯେ, ମୋତେ ମାରିଦେବେ। ମୋର ଯଦି କିଛି ଘଟେ ତେବେ ଏଥିପାଇଁ ମୋ ପରିବାର ଦାୟୀ ରହିବେ । ଭିକି ଉତ୍ତର ପ୍ରଦେଶର ନିବାସୀ ଏବଂ ସେମାନେ ୬ ବର୍ଷ ହେବ ସଂପର୍କରେ ଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଫିସର ଏହି ଭିଡିଓ ଦେଖି ତନୁଙ୍କ ଘରେ ପହଞ୍ଚିଥିଲେ । ଏଥିସହ ପଞ୍ଚାୟତ ସଦସ୍ୟ ମଧ୍ୟ ଏହି ସମସ୍ୟାର ସମାଧାନ ପାଇଁ ସେଠାକୁ ଯାଇଥିଲେ । ଏହି ମିଟିଂରେ ତନୁ ଘରେ ନ ରହିବାକୁ କହିଥିଲା । ଆଇନ ତନୁଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲା । ଏହି ସମୟରେ ତାଙ୍କ ବାପା ଝିଅ ସହ କିଛି ବ୍ୟକ୍ତିଗତ କଥା ହେବାକୁ କହିଥିଲେ । ଏହା ପରେ ସେ ତାଙ୍କ ଝିଅକୁ ପକେଟରୁ ବନ୍ଧୁକ ବାହାର କରି ଗୁଳି କରିଥିଲେ । ଏଥିସହ ତାଙ୍କ ଭଣଜା ମଧ୍ୟ ତନୁଙ୍କ ମୁଣ୍ଡକୁ ଗୁଳି ମାରିଥିଲା । ଏହାପରେ ପୋଲିସ ସେମାନଙ୍କ ଠାରୁ ବନ୍ଧୁକ ଛଡାଇ ନେଇ ପିତାଙ୍କୁ ଗିରଫ କରିଥିଲା । ଏହି ସମୟରେ ଖସି ପଳାଇଛି ତାଙ୍କ ଭଣଜା । କୁହାଯାଉଛି ଯେ, ତନୁଙ୍କ ବିବାହ ୧୮ ଜାନୁଆରୀରେ ହେବାର ଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking