ନୂଆଦିଲ୍ଲୀ : ଗିରଫ ହେଲେ ସାଉଥ କୋରିଆ ରାଷ୍ଟ୍ରପତି ୟୁନ ସୁକ ୟୋଲ । ତାଙ୍କ ବିରୋଧରେ ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଛି । ରାଷ୍ଟ୍ରପତି ୟୁନ ସୁକ ୟୋଲଙ୍କ ସମର୍ଥକ ଓ ପୁଲିସ ମଧ୍ୟରେ ଦୀର୍ଘ ସମୟ ଧରି ବିବାଦ ଲାଗିଥିଲା । ରାତି ଅନ୍ଧାରରେ ଶତାଧିକ ପୁଲିସ ତାଙ୍କ ଘରେ ପଶିଥିଲେ । ପୁଲିସ ପହଞ୍ଚିବା ମାତ୍ରେ ରାଷ୍ଟ୍ରପତିଙ୍କ ଉଭୟ ବିରୋଧୀ ଓ ସମର୍ଥକ ଘଟଣାସ୍ଥଳରେ ଏକାଠି ହୋଇଥିଲେ ।ସକାଳେ ଦୁର୍ନୀତି ତଦନ୍ତ କାର୍ୟ୍ୟାଳୟର ଶତାଧିକ ପୁଲିସ ଅଧିକାରୀ ଓ ତଦନ୍ତକାରୀ ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା କରିଥିଲେ ।ଜାନୁଆରୀ ୧୫ ତାରିଖ ପୂର୍ବାହ୍ନ ୧୦ଟା ୩୩ମିନିଟରେ ରାଷ୍ଟ୍ରପତିଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି ।