ଭୁବନେଶ୍ୱର : ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଏହି ଗ୍ରୀନ ମଟରକୁ ଅଧିକ ଦିନ ଧରି ରଖିବା ପାଇଁ ଆସନ୍ତୁ ଉପାୟ ଜାଣିବା । ଆମେ ଆପଣଙ୍କୁ ଏଭଳି ପଦ୍ଧତି କହିବୁ ଯାହା ବିନା ରାସାୟନିକ ପଦ୍ଧତିରେ ବର୍ଷସାରା ରହିବ । ପ୍ରଥମେ ମଟରର ଚୋପା ଛଡାଇ ଗରମ ପାଣିରେ ଚିନି ମିଶାଇ ମଟରକୁ ପକାନ୍ତୁ ତାପରେ ୨ରୁ ୩ ମିନଟ ଛାଡିୁ ଦିଅନ୍ତୁ । ଏହାପରେ ମଟରକୁ ଛାଣି ତୁରନ୍ତ ଥଣ୍ଡା ପାଣିରେ ରଖନ୍ତୁ । ମଟର ଥଣ୍ଡା ହୋଇଗଲେ ତାକୁ ଏକ ଜିପ ଲକ ବ୍ୟାଗରେ ରଖନ୍ତୁ । ଯାହା ୧ ବର୍ଷ ଧରି ରହିବ । ଅନ୍ୟ ପଦ୍ଧତି ହେଉଛି ମଟରକୁ ଧୋଇ ଭଲ ଭାବରେ ଖରାରେ ଶୁଖାଇବା ପରେ ରାତିରେ ଏକ ସଫା କପଡାରେ ଘୋଡାଇ ରଖନ୍ତୁ । ଏହା ଶୁଖିଗଲା ପରେ ଏୟାର ଟାଇଟ ପାତ୍ରରେ ରଖନ୍ତୁ । ତୃତୀୟ ଉପାୟ ହେଉଛି , ଚୋପା ସହ ମଟରରେ ଟିରେ ଲୁଣ ମିଶାଇ ଏୟାର ଟାଇଟ ପାତ୍ରରେ ରଖି ଫ୍ରିଜରେ ରଖନ୍ତୁ । ତାପରେ ମଟର ଆପଣଙ୍କର ୨ରୁ ୩ ମାସ ଯାଏଁ ଫ୍ରେସ ରହିବ ।