20.1 C
Bhubaneswar
Wednesday, January 15, 2025
Homeସାଧାରଣତନ୍ତ୍ର ଦିବସ - 2025କାହିଁକି ପାଳନ କରାଯାଏ ସାଧାରଣତନ୍ତ୍ର ଦିବସ ଜାଣନ୍ତୁ ..

କାହିଁକି ପାଳନ କରାଯାଏ ସାଧାରଣତନ୍ତ୍ର ଦିବସ ଜାଣନ୍ତୁ ..

ନୂଆଦିଲ୍ଲୀ : ଆଜି ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ । ଆମ ରାଷ୍ଟ୍ର ଉଦ୍ଦେଶ୍ୟରେ  ରାଷ୍ଟ୍ରୀୟ ପର୍ବ ବୋଲି ମଧ୍ୟ କହିଥାଉ ।  ଜାନୁଆରୀ ୨୬ରେ ପାଳନ କରାଯାଏ ଏହି ମହାନ ଦିବସ । ପ୍ରତିଟି ଭାରତୀୟଙ୍କ ପାଇଁ  ଆଜିର ଦିନ ବେଶ ଗୁରୁତ୍ୱପୂର୍ଣ୍ଣ।  କିନ୍ତୁ ଏହି ଦିବସ ପଛର କାରଣ କଣ ଆପଣ ଜାଣିଛନ୍ତି କି । ସାରା ଦେଶ ପାଳନ କରିବାକୁ ଯାଉଛି ଗଣତନ୍ତ୍ର ଦିବସ ।  ଆଜିର ଦିନ ଆମ ଭାରତବର୍ଷ  ପାଇଁ ଏକ ମହାନ ଦିନ ।  ୧୯୫୦ ଜାନୁଆରୀ ୨୬ ତାରିଖରେ ଆମ ଦେଶର ସମ୍ବିଧାନ  ପ୍ରଣୟନ ହୋଇଥିଲା । ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅବସାନ ହୋଇ ଭାରତ ଏକ ସାର୍ବ ଭୌମତ୍ୱ  ଗଣତନ୍ତ୍ର  ରାଷ୍ଟ୍ର ଲିଖିତ  ସାମ୍ବିଧାନିକ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲା ।  ଏହି ଦିନକୁ ସମ୍ମାନ ଜଣାଇ  ଆମେ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ସାଧାରଣ ତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ପାଳନ କରୁ । ଦେଶର ସମସ୍ତ ସ୍କୁଲ , ଅଫିସ , ସରକାରୀ ଓ ବେସରକାରୀ  କାଯ୍ୟାଳୟରେ  ଜାତୀୟପତାକା ଉତ୍ତୋଳନ କରାଯାଏ । ଦୀର୍ଘଦିନ ଭାରତ ବ୍ରିଟିଶ ଶାସନାଧିନ ରହିବା ପରେ  ସାରା ଦେଶରେ  ଜନ ଆନ୍ଦୋଳନ ଆରମ୍ଭ ହୋଇଥିଲା ।  ଅନେକ ସ୍ୱାଧିନତା ସଂଗ୍ରାମୀ ପ୍ରାଣବଳି ଦେଲେ ଏବଂ ଫାଶୀ ଖୁଣ୍ଟରେ ଝୁଲିଲେ । ଶେଶରେ ୧୯୪୭ ଅଗଷ୍ଟ  ୧୫ ତାରିଖରେ ବ୍ରିଟିଶ  ଶାସନରୁ ଭାରତ ମୁକ୍ତ ହେଲା । ଭାରତବାସୀ ସ୍ୱାଧିନତା ପାଇଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking