24.1 C
Bhubaneswar
Monday, February 9, 2026
Homeଓଡିଶାଜଳିଗଲେ ମାମୁ-ଭଣଜା

ଜଳିଗଲେ ମାମୁ-ଭଣଜା

ବୌଦ୍ଧ: ପାଳଗଦାରେ ଲାଗିଲା ନିଆଁ। ଜୀବନ୍ତ ଦଗ୍ଧ ହୋଇଗଲେ ମାମୁ-ଭଣଜା। ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ବଲାକିରା ଗ୍ରାମରେ ଘଟିଛି ଏହି ଘଟଣା। ମୃତକମାନେ ହେଉଛନ୍ତି କ୍ରିଷ୍ଣା ଭୋଇ ଓ ତାଙ୍କ ଭଣଜା କ୍ରିଷ୍ଣା ଉର୍ମା। ଉଭୟଙ୍କ ନାଁ କ୍ରିଷ୍ଣା। ଉଭୟ ନାବାଳକ। ମାମୁ କ୍ରିଷ୍ଣା ଭୋଇଙ୍କ ଘର ବଲାକିରା ଗାଁରେ। ତାଙ୍କ ବାପାଙ୍କ ନାଁ ସୁବଳ ଭୋଇ। ଭଣଜା କ୍ରିଷ୍ଣା ଊର୍ମାଙ୍କ ଘର ବସନ୍ତବାହଲରେ। ତାଙ୍କ ବାପାଙ୍କ ନାଁ ସଞ୍ଜିତ ଉର୍ମା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୁହାଯାଉଛି, ମାମୁ-ଭଣଜା ନିଆଁ ପୋଇଁବା ବେଳେ ପାଳଗଦାରେ ନିଆଁ ଲାଗି ଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking