17.1 C
Bhubaneswar
Sunday, February 8, 2026
Homeଖେଳକ୍ରିକେଟ୍‌ରୁ ପୁଣିଥରେ ତମିମ୍ ଇକ୍‌ବାଲ୍‌ଙ୍କ ସନ୍ନ୍ୟାସ

କ୍ରିକେଟ୍‌ରୁ ପୁଣିଥରେ ତମିମ୍ ଇକ୍‌ବାଲ୍‌ଙ୍କ ସନ୍ନ୍ୟାସ

ଢାମା: ବାଂଲାଦେଶର ପୂର୍ବତନ କ୍ୟାପ୍‌ଟେନ୍ ତମିମ୍ ଇକ୍‌ବାଲ୍ ପୁଣିଥରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଛନ୍ତି। ନିଜ କ୍ୟାରିୟର୍‌କୁ ତମିମ୍ ଅଲ୍‌ବିଦା କହିବା ଏହା ଦ୍ୱିତୀୟ ଘଟଣା। ଏହା ପୂର୍ବରୁ ୨୦୨୩ ଜୁଲାଇରେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ। ମାତ୍ର ୨୪ ଘଣ୍ଟା ମଧ୍ୟରେ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିଥିଲେ।

ଗତ ଜାନୁଆରୀ ୮ ତାରିଖରେ ତମିମ୍ ସିଲହଟରେ ବାଂଲାଦେଶ ସିଲେକ୍ଟର୍‌ଙ୍କୁ ନିଜ ନିଷ୍ପତ୍ତି ଜଣାଇଥିଲେ। ଗାଜି ଅଶରଫ୍ ହୁସେନ୍‌ଙ୍କ ନେତୃତ୍ୱାଧୀନ ସିଲେକ୍ସନ୍ କମିଟି ଚାମ୍ପିଅନ୍ସ ଟ୍ରଫି ପାଇଁ ତାଙ୍କୁ ବାଂଲାଦେଶକୁ ଫେରିବାକୁ କହିଥିଲା। ତେବେ ସେ ନିଜ ନିଷ୍ପତ୍ତିରେ କାଏମ ଥିବା ଜଣାଇଥିଲେ। ୨୦୦୭ ଫେବୃଆରୀରେ ଜିମ୍ବାୱେ ବିପକ୍ଷରେ ଅନ୍ତର୍ଜାତୀୟ କ୍ୟାରିୟର୍ ଆରମ୍ଭ କରିଥିବା ତମିମ୍ ୨୦୨୩ ସେପ୍ଟେମ୍ବରରେ ଦେଶ ପକ୍ଷରୁ ନିଜର ଶେଷ ମ୍ୟାଚ୍ ଖେଳିଥିଲେ। ବାଂଲାଦେଶ ପକ୍ଷରୁ ତମିମ୍ ଖେଳିଥିବା ୭୦ ଟେଷ୍ଟ୍ ମ୍ୟାଚ୍‌ରେ ୩୮.୮୯ ହାରହାରିରେ ୫୧୩୪ ରନ୍ କରିଛନ୍ତି। ଏଥିରେ ୧୦ ଶତକ ଓ ୩୧ ଅର୍ଦ୍ଧଶତକ ସାମିଲ। ସେହିପରି ୨୪୩ ଦିନିକିଆରେ ତାଙ୍କ ନାମରେ ୩୬.୬୫ ହାରାହାରିରେ ମୋଟ ୮୩୫୭ ରନ୍ ରହିଛି। ଦିନିକିଆ ଅନ୍ତର୍ଜାତୀୟରେ ସେ ୧୪ ଶତକ ଓ ୫୬ ଅର୍ଦ୍ଧଶତକ ହାସଲ କରିଛନ୍ତି। ୭୮ ଟି-୨୦ ଅନ୍ତର୍ଜାତୀୟ ଖେଳିଥିବା ତମିମ୍ ୨୪.୦୮ ହାରାହାରିରେ ଗୋଟିଏ ଶତକ ଓ ସାତ ଅର୍ଦ୍ଧଶତକ ସହାୟତାରେ ମୋଟ ୧୭୫୮ ରନ୍ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking