29.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶୟୁପିରେ ମା’ ବାପାଙ୍କ ସହ ୩ ଶିଶୁଙ୍କୁ ହତ୍ୟା

ୟୁପିରେ ମା’ ବାପାଙ୍କ ସହ ୩ ଶିଶୁଙ୍କୁ ହତ୍ୟା

ମିରଟ: ଉତ୍ତରପ୍ରଦେଶର ମିରଟରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ ବେଡ୍‌ବକ୍ସରୁ ପୁଲିସ୍ ଜବତ କରିଛି। ଦମ୍ପତିଙ୍କ ସହ ୩ଶିଶୁକନ୍ୟାଙ୍କ କ୍ଷତବିକ୍ଷତ ଶରୀର ଉଦ୍ଧାର ହୋଇଛି। ମିରଟର ଲିସାରି ଗେଟ୍ ଅଞ୍ଚଳରେ ଘଟିଥିବା ଏହି ବିଭତ୍ସ ହତ୍ୟାକାଣ୍ଡରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ ଏମାନଙ୍କ ବୟସ ୧୦ ବର୍ଷରୁ ମଧ୍ୟ କମ୍‌। ସବୁଠାରୁ ବଡ ଝିଅର ବୟସ ୮ ଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଯଥାକ୍ରମେ ୪ ଓ ୧ ବର୍ଷ ହେବ ବୋଲି ପୁଲିସ୍ ଅନୁମାନ କରୁଛି।

ପ୍ରାଥମିକ ତଦନ୍ତ ଅନୁସାରେ ପରିବାରର ସମସ୍ତ ସଦସ୍ୟଙ୍କୁ ଶରୀରର ମୁଣ୍ଡକୁ କୌଣସି ମାରଣାସ୍ତ୍ରରେ ପିଟାଯାଇଥିବା ଜଣାପଡିଛି। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ଏସ୍‌ଏସ୍‌ପି ବିପିନ ଟାଡା କହିଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଦମ୍ପତିଙ୍କ ମୃତଦେହ ଘରେ ପଡ଼ିଥିବା ବେଳେ, ପିଲାମାନଙ୍କ ମୃତଦେହ ଏକ ବେଡ୍ ବକ୍ସ ଭିତରୁ ମିଳିଥିଲା। ଏଥିରୁ ଏହା ଏକ ହତ୍ୟା ମାମଲା ବୋଲି ଅନୁମାନ କରାଯାଉଛି। ପରିବାରର କୌଣସି ଲୋକ ଘରୁ ବାହାରକୁ ନ ବାହାରିବାରୁ ପଡୋଶୀଙ୍କ ସନ୍ଦେହ ହୋଇଥିଲା। ଏନେଇ ପଡୋଶୀ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପୋଲିସ ପହଞ୍ଚି ତାଲା ଭାଙ୍ଗି ଘରେ ପଶିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking